ଜାତୀୟ ସେବା ଯୋଜନାର ମେଗା ପ୍ଲାଣ୍ଟେସନ ଶିବିର ଉଦଯାପିତ

ଭୁବନ,୨୯/୯/୨୦୨୪ (ଓଡ଼ିଶା ସମାଚାର)-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ୨୩ ତାରିଖ ରେ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର  ମେଗା ପ୍ଲାଣ୍ଟେସନ ସ୍ଵତନ୍ତ୍ର ଶିବିର ରବିବାର ଉଦଯାପିତ  ହୋଇ ଯାଇଛି। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ମମତା ପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ,ବୃକ୍ଷ ହିଁ ଜୀବନ, ପରିବେଶ   ରକ୍ଷା ପାଇଁ ବୃକ୍ଷ ରୋପଣ କରିବା ଜରୁରୀ । ପ୍ରତ୍ୟେକ ନାଗରିକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଥିଲେ ।   ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ , ପ୍ରୋଗ୍ରାମ ଅଫିସର ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ । ଏହି ଶିବିରରେ  ପଚାଶ ଜଣ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ । ଏଥିରେ କର୍ମଚାରୀ ଲକ୍ଷ୍ମଣ ସାହୁ,ରଙ୍ଗଲତା ବେହେରା , ଲାଇବ୍ରେରୀଆନ୍ କୈଳାସ ଚନ୍ଦ୍ର ପାତ୍ର ଓ ଡେମୋନେଷ୍ଟେଟର ଅମ୍ବୁଜ କୁମାର ସାହୁ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସଙ୍ଗୀତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୫୦ ଜଣ ସ୍ବେଚ୍ଛାସେବୀ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *