ଗୋଡ଼ିପଡ଼ା ଟୋଲଗେଟରେ  ପରିବହନ ବିଭାଗ ତରଫରୁ ମଦୁଆ ଗାଡି ଚାଳକ ଯାଞ୍ଚ

ନିରାକାରପୁର, ୨୩/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ପରିବହନ ବିଭାଗ ତରଫରୁ ବର୍ତ୍ତମାନ ଜାତୀୟ ରାଜପଥ , ନୂଆ ଜଗନ୍ନାଥ ସଡ଼କ ଓ ବିଭିନ୍ନ ଛକ ଜାଗାରେ  ଦୁଇ ଚକିଆ ଯାନ ଚଳକଙ୍କ   ହେଲମେଟ  ଓ ଚାରି ଚକିଆ ଯାନ ସିଟ ବେଲ୍ଟ ଯାଞ୍ଚ କରିବା ସହିତ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି। ଆଜି ସନ୍ଧ୍ୟାରେ ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଜଂକିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲଗେଟ ଠାରେ ମଦୁଆ  ଚାଳକ ମାନଙ୍କୁ ଧରିବା ପାଇଁ ଚାଳକ ମାନଙ୍କୁ  ମଦ ଧରିବା ଯନ୍ତ୍ର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ଯୋଗୁ ମଦୁଆ ଚାଳକ ମାନଙ୍କ ମନରେ ଛନକା ପଶିଛି।

Leave a Reply

Your email address will not be published. Required fields are marked *