କଟକ ସଦର,୦୭/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ସରକାରୀ ଚିନ୍ତାମଣି ବିଦ୍ୟାପୀଠ ରେ ଆଜି ସୋମବାର ଦିନ ଜଣାଶୁଣାଣୀ ସାରି ଅଚାନକ ପରିଦର୍ଶନ
କରି ଧନ୍ୟବାଦ ର ପାତ୍ର ହୋଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଇସେହେଵ୍ ସିନ୍ଧେ। ସ୍କୁଲର ପରିବେଶ, ଶିକ୍ଷା ଵ୍ୟଵ୍ୟସ୍ଥା, ପାନୀୟ ଜଳର ସମସ୍ୟା,୫-ଟି ରେ ହୋଇଥିବା ନିମ୍ନ ମାନର କାମ ଦେଖି ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି। ଏଵଂ ସ୍କୁଲ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଙ୍ଗରେ ଥିବା କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ପରିଦର୍ଶନ କରି ଫେରିଯିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ କେ ରାଉତ ନିଜର ଦୋଷ ଛଡ଼ାଇବାକୁ ବା ଲୁଚାଇବାକୁ
ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ରୁଦ୍ଧଦ୍ୱ।ର ବୈଠକ କରି ତାଗିଦ୍ କରିଥିବା ଜଣାଯାଇଛି। ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ସ୍କୁଲରେ ବିଭିନ୍ନ ଅଭାବ ଅସୁବିଧା ନେଇ ପାଠ ପଢ଼ୁଛନ୍ତି ତାକୁ ନେଇ ସାମ୍ବାଦିକ ମାନଙ୍କ ଆଗରେ କ୍ଷୋଭର ସହିତ ବର୍ଣ୍ଣନା କରିଥିଲେ। ତେବେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନେ କିଭଳି ସୁଫଳ ପାଉଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।
କିଶନନଗର ହାଇସ୍କୁଲ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ, ଶିକ୍ଷା ଵ୍ୟଵ୍ୟସ୍ଥା କୁ ନେଇ ଅସନ୍ତୋଷ ପ୍ରକାଶ କଲେ
