କଟକ ସଦର ବ୍ଲକ ପକ୍ଷରୁ ନିର୍ମାଣ କରାଯାଇଥିବା ଢଳେଇ ରାସ୍ତା ଫାଟି କି ଆଁ

ସିମେଣ୍ଟ ଘୋଳାରେ ଲୁଚାଇବାକୁ ଉଦ୍ୟମ

କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ବ୍ରାହ୍ମଣଵାଡ ଜେନାସାହି କେନାଲ ବନ୍ଧ ରାସ୍ତାକୁ କଟକ ସଦର ବ୍ଲକ୍ ପକ୍ଷରୁ ଢଳେଇ କରାଯିବା ର ମାସକ ପରେ ନିମ୍ନ ମାନର କାମ ପାଇଁ ଏବେ ଫାଟିକି ଆଁ ହୋଇଥିବା ଜଣାପଡିଛି। ଫାଟିକି ଆଁ  କରିଥିବା ରାସ୍ତାକୁ ସିମେଣ୍ଟ ଘୋଳାରେ ଲୁଚାଇବାକୁ ଉଦ୍ୟମ କରା ହେଉଛି ।

ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅଧିକ ଠିକାଦାରୀ ମୁନାଫା ପାଇଁ ଏଵଂ ବିଭାଗୀୟ ଯନ୍ତ୍ରୀ ଙ୍କ ଜ୍ଞାନ କୌଶଳ ଅଭାବରୁ ଏଭଳି ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *