ଯାଜପୁରଠାରେ ସଡ଼କ ଦୁର୍ଘଟଣା ରେ ୩ ମହିଳା ଙ୍କ ସମେତ ୫ ଜଣ ମୃତ୍ୟୁ ବରଣ କରିଥିବା ଜାଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ

ଭୁବନେଶ୍ୱର,୦୪/୦୫/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ  ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କରେ ଖବର ଜାଣି  ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମଓ ପକ୍ଷରୁ କୁହାଯାଇଛି, ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ କାନ୍ଦ ପୂର୍ତ୍ତି, ନମିତା ନାୟକ, ଗୀତା ପୂର୍ତ୍ତି, ବଲ୍ମା ମୁଣ୍ଡା ଏବଂ ମାଳତୀ ମୁଣ୍ଡାଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସାମାଜିକ ଗଣମାଧ୍ୟମ ଏକ୍ସ ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି :

ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ କାନ୍ଦ ପୂର୍ତ୍ତି (ପିତା – ଜୀବନ ପୂର୍ତ୍ତି), ନମିତା ନାୟକ (ସ୍ବାମୀ – ୰ସର୍ବେଶ୍ଵର ନାୟକ), ଗୀତା ପୂର୍ତ୍ତି (ସ୍ବାମୀ – କାନ୍ଦ ପୂର୍ତ୍ତି), ବଲ୍ମା ମୁଣ୍ଡା (ସ୍ବାମୀ-ରତ୍ନାକର ମୁଣ୍ଡା) ଏବଂ ମାଳତୀ ମୁଣ୍ଡା (ପିତା -ରତ୍ନାକର ମୁଣ୍ଡା) ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

https://x.com/CMO_Odisha/status/2051229313975103657

Leave a Reply

Your email address will not be published. Required fields are marked *