କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନସାଧାରଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ଭାବେ କ୍ଷୀରର ଚାହିଦା ଯଥେଷ୍ଟ ଥିବା ବେଳେ ରାଜ୍ୟ ସରକାର ଓମଫେଡ୍ କ୍ଷୀରର ଅହେତୁକ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହାକୁ ପ୍ରତିବାଦ କରି ରାଜ୍ୟରେ ନୂତନ ଭାବେ ଗଢି ଉଠିଥିବା ‘ଓଡିଶା ଜନତା କଂଗ୍ରେସ’ ପକ୍ଷରୁ ସଭାପତି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ତତ୍ତ୍ୱାବଧାନରେ ନାରୀ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ ଆଜି ମଙ୍ଗଳବାର ଦିନ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି। ଏଥିସହିତ କ୍ଷୀର ମୂଲ୍ୟ ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କୁ ଦଳ ପକ୍ଷରୁ ଦାବିପତ୍ର ଦିଆଯାଇଛି।
ଓମଫେଡ୍ କ୍ଷୀର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ‘ଓଡିଶା ଜନତା କଂଗ୍ରେସ’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
