ଜଗତସିଂହପୁର ୨୪/୦୧/୨୦୨୫ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜାନୁଆରୀ ମାସ ୨୪ ତାରିଖରେ ଉକ୍ତ ଦିବସ ପାଳିତ ହୋଇଆସୁଅଛି । ଏ ବର୍ଷର ବାର୍ତ୍ତା “ଝିଅ ହେଲେ ସଶକ୍ତ, ଉଜ୍ୱଳ ହେବ ଭବିଷ୍ୟତ” । ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ କହିଥିଲେ ଯେ,ପ୍ରତିବର୍ଷ ୨୦୦୮ ମସିହାଠାରୁ ଏହି ଦିବସ ପାଳିତ ହୋଇ ଆସୁଅଛି, ଏହାର ଉଦ୍ଦେଶ୍ୟ ସମାଜରେ କନ୍ୟା ସନ୍ତାନ ମାନଙ୍କୁ ସେମାନଙ୍କର ସମାନ ଅଧିକାର ଯଥା: ଶିକ୍ଷା ,ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ପୁତ୍ର ସନ୍ତାନଙ୍କ ଭଳି ମିଳିବା ଉଚିତ । ତେଣୁ ସଚେତନତାକୁ ବ୍ୟାପକ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଲିଙ୍ଗ ନିରୂପଣ କରିବା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଅଟେ । ଲିଙ୍ଗ ନିରୂପଣ କରୁଥିବା ଓ କରାଉଥିବା ଉଭୟଙ୍କ ପାଇଁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଅଛି । ଯଦି କୌଣସି ଜାଗାରେ ଏପରି ପରିଲକ୍ଷିତ ହୁଅ , ତେବେ ସୂଚନା ମିଳିଲେ ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୫୦,୦୦୦/- ଟଙ୍କା ଜୋରିମାନା ଦେବାକୁ ପଡିଥାଏ। ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ ପୁତ୍ର ଓ କନ୍ୟା ଉଭୟ ସମାନ ସମାଜକୁ ଆଗକୁ ବଢେଇବାକୁ, ସମାଜରେ ଲିଙ୍ଗଗତ ଭାରସ୍ୟାମ ରକ୍ଷା କରିବାକୁ କନ୍ୟା ସନ୍ତାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କହିଥିଲେ।ତେଣୁ କନ୍ୟା ଭୃଣ ହତ୍ୟାକୁ ରୋକିବା ଓ ପୁଅ ଓ ଝିଅଙ୍କ ସେକ୍ସ ରେସିଓ କୁ ସମାନ କରିବାକୁ ହେଲେ ସଚେତନତା ନିତ୍ୟାନ୍ତ ଆବଶ୍ୟକ । ଯଦି ଏହିପରି ଝିଅମାନଙ୍କ ସଂଖ୍ୟା ହ୍ରାସ ହୋଇଚାଲେ, ଯାହାଦ୍ୱାରା ସାମାଜିକ ସମସ୍ୟା ବଢିଚାଲିବ ଯେପରି କି ଧର୍ଷଣ, ମହିଳା ଚାଲାଣ, ଏକାଧିକ ପତି ଗ୍ରହଣ, ମହିଳା ବିରୋଧରେ ହିଂସାକୁ ବହୁ ଭାବରେ ପ୍ରଶୟ ଦେବା, ଏସବୁକୁ ରୋକିବାକୁ ହେଲେ ଲିଙ୍ଗଗତ ଅସମାନତା ସମସ୍ୟାକୁ ରୋକିବାକୁ ପଡିବ ବୋଲି ସେ ବକ୍ତବ୍ୟ ରଖିଥିଲେ । ଜ଼ିଲ୍ଲା ଆକାଉଣ୍ଟ ମ୍ୟାନେଜର ନୀଳମାଧଵ ରଥ ଲିଙ୍ଗଗତ ଅସମାନତା ଭବିଷ୍ୟତରେ ଅନେକ ସାମାଜିକ ସମସ୍ୟା ସୃଷ୍ଟି କରିବ, ତେଣୁ ଆମେ ସମସ୍ତେ ମିଶି ସଚେତନତା କରିବା ଲିଙ୍ଗ ନିରୂପଣ ଓ ଚୟନ ରୋକିବା, ମାନବ ଜାତିକୁ ବଞ୍ଚାଇ ଏକ ସୁସ୍ଥ ସମାଜ ଗଢିବାରେ ସହାୟକ ହେବା ବୋଲି କହିଥିଲେ । ଡଃ: ଜ୍ୟୋତିର୍ମୟୀ ମହାନ୍ତି ନିଜ ଅଭିଭାଷଣରେ ଏବେ ସମାଜରେ ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା ଭଳି ଘୃଣ୍ୟ ପ୍ରଥାକୁ ଏବେଠୁ ଯଦି ରୋକାନଯାଏ, ତେବେ ଭବିଷ୍ୟତରେ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହବ ଓ ଉତ୍ପାଦନକାରୀ ଜନସଂଖ୍ୟାର ଅଭାବ ପୁରୁଷ ମାନଙ୍କ କାର୍ଯ୍ୟଦକ୍ଷତାକୁ ବାଧା ଦେବ ।
ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠି କହିଲେ ଯେ ଆମ ସମାଜର ହୀନ ମାନସିକତା ଯୋଗୁ ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା ଭଳି ପ୍ରଥା ଯୋଗୁ ପ୍ରତି ୧୦୦୦ ପୁରୁଷ ଶିଶୁଙ୍କ ତୁଳନାରେ ମାତ୍ର ୯୧୩ ଜଣ କନ୍ୟା ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି, ଫଳରେ ଭବିଷ୍ୟତରେ ଲିଙ୍ଗଗତ ବୈଷମ୍ୟ ଓ ଏହାର ପ୍ରଭାବରେ ସାମାଜିକ ସମସ୍ୟା ସବୁ ଉତ୍କଟ ହେବାର ଆଶଙ୍କା ଉପୁଜିଲାଣି, ତେଣୁ ଏବେଠୁ ସମସ୍ତେ ସଚେତନ ହେବ । ଉଚିତ ଓ ଅନ୍ଧବିଶ୍ୱାସ ରୂପକ ମାନସିକତାରୁ ଦୂରେଇରହି ଯଥା ବଂଶରକ୍ଷା, ମୃତ୍ୟୁ ପରେ ମୁଖଂଗ୍ନି ଦେବା, ଦାରିଦ୍ର୍ୟତା, ନିରକ୍ଷରତା ଇତ୍ୟାଦି , ଶିଶୁ କନ୍ୟାକୁ ଜନ୍ମ ହେବାକୁ ଦିଅନ୍ତୁ, ପ୍ରଥମେ ପରିବାର ତାପରେ ସମାଜ,ସମସ୍ତେ ଝିଅମାନଙ୍କୁ ସଂମାନ କରିପାରିଲେ ନିଶ୍ଚିନ୍ତ ଝିଅମାନେ ଅIହୁରୀ ଅଧିକ ଆଗକୁ ଯାଇପାରିବେ ଆଉ ଗୋଟେ ସୁସ୍ଥ ସମାଜ ଗଠନ ହବ ବକ୍ତବ୍ୟ ରଖିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ସ୍ୱସ୍ତି ମହାନ୍ତି ପ୍ରସବ ପୂର୍ବରୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କଲେ କଣ ସବୁ ଆଇନିଗତ ଦିଗ ଅଛି ଓ ଆମ ଜ଼ିଲ୍ଲାରେ କଣ କାର୍ଯ୍ୟକ୍ରମ ହୋଇଛି ସେ ବିଷୟରେ ଏକ ପ୍ରେଜେଣ୍ଟସନ କରିଥିଲେ । ତାପରେ ସମସ୍ତେ ଶପଥ ଗ୍ରହଣ କରିଥିଲେ ପୁଅ ଝିଅ ମଧ୍ୟରେ କୌଣସି ବାଛ ବିଚାର ନ ରଖି, ସମାଜରେ ଲିଙ୍ଗଗତ ସମାନତା ଆଣିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବା ସହ ଝିଅମାନଙ୍କୁ ସଶକ୍ତ କରି ସମାଜରେ ସେମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସମସ୍ତଙ୍କୁ ସଚେତନ କରିବାକୁ ଚେଷ୍ଟା କରିବେ । ଯେଉଁ ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୨୩-୨୪ ବର୍ଷରେ ଅଧିକ ଝିଅ ଜନ୍ମ ଗ୍ରହଣ କରିଥିଲେ ଯଥା : କୁଜଙ୍ଗ, ବାଲିକୁଦା ଓ ଏରସମାଙ୍କୁ ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଓ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଟ୍ରଫି ଓ ସାଟିଫିକେଟ ଦେଇ ସଂମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ପରିଚାଳନା କରିଥିଲେ, ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଜ଼ିଲ୍ଲା ସ୍ତରରୁ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପେରିଟେଣ୍ଡେଣ୍ଟ, ପି.ଏଚ.ଇ.ଓ , ବି.ପି.ଏମ., ଆସିଷ୍ଟାଣ୍ଟ ମ୍ୟାନେଜର ପାର୍ଥସାରଥୀ କରଶର୍ମା, ମନୋରଞ୍ଜନ ମହାପାତ୍ର , ନର୍ସିଂ ଅଫିସର,ବିଜୟଲକ୍ଷ୍ମୀ ସାମଲ, ରାଜେନ୍ଦ୍ର ସେଠୀ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।