କେନ୍ଦ୍ରାପଡ଼ା, ୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ପିଏମଶ୍ରୀ କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ କୁମାର ନାୟକ ଚଳିତ ବାର୍ଷିକ ମାଟ୍ରିକ ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଶ୍ରୀ ନାୟକ ସ୍ଥାନୀୟ କୋରୋ ଗ୍ରାମର ରଞ୍ଜନ କୁମାର ନାୟକ ଓ ଗାୟତ୍ରୀ ନାୟକଙ୍କ ସୁପୁତ୍ର ଅଟନ୍ତି ।
ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର,ବରିଷ୍ଟ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ରଞ୍ଜନ ମଳିକ, ଶିକ୍ଷାବିତ ହରେକୃଷ୍ଣ ସିଂହ, ସୁରେଶ ଦାସ ପ୍ରମୁଖ ସ୍ଥାନୀୟ ରାଜନେତା ଶଶାଙ୍କ ଓଝା ଓ ସଞ୍ଜୀବ ମଳିକ ପ୍ରମୁଖଙ୍କ ସହ ତାଙ୍କ ବାସଗୃହରେ ପହଂଚି ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀମାନ ଶୁଭ୍ରାଂଶୁ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ବାପାମାଙ୍କ ସ୍ୱପ୍ନକୁ ସାକାର କରିବେ ବୋଲି କହିଛନ୍ତି ।
