ନିମାପଡ଼ା, ୦୪/୦୫/୨୦୨୬ (ଓଡ଼ିଶା ସମାଚାର)-ନିମାପଡ଼ା ଅଞ୍ଚଳରେ ନୃତ୍ୟ ଶିକ୍ଷା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ନୃତ୍ୟ ଅନୁଷ୍ଠାନ ଭାବେ ଦୀର୍ଘ ୨୦ବର୍ଷ ଧରି ଏହି ଅନୁଷ୍ଠାନ କୁନୀ କୁନି ପିଲା ମନକୁ ନୃତ୍ୟ ଶିଖାଇ ଆସୁଛି। ରବିବାର ଅପରାହ୍ନରେ ପୁନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନ ତରଫରୁ ବାର୍ଷିକ ଉତ୍ସବ ପାଳନ ହୋଇଜାଇଛି।
ଏହି ଅବସରରେ ମୁଖ୍ୟ ଅତିଥିଭାବେ ନିମାପଡ଼ା ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ହେଲ୍ପ ଲାଇନ ସଭାପତି ଅକ୍ଷୟ ସାହୁ, ନାଟ୍ୟ ନିର୍ଦେଶକ ବନବିହାରୀ ପ୍ରଧାନ ସହ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି ମାନଙ୍କୁ ମାନପତ୍ର ସହ ଉତରୀୟ ପ୍ରଦାନ କରାଯାଇଥିଲା।
ନଟରାଜ ଡ଼୍ୟାନ୍ସ ଗ୍ରୁପ୍ ର ପ୍ରତିଷ୍ଠାତା କାର୍ତ୍ତିକ କୁମାର ସେଠୀ ଏବଂ ସିଲୁଙ୍କୁ ପ୍ରେସ୍ କ୍ଲବ୍ ସଭାପତିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିବା ବେଳେ କୁନି କୁନି କୃତ୍ତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିସେସର ଦର୍ଶକ ମାନେ କୁନି ନୃତ୍ୟକାରକ ମାନଙ୍କ ନୃତ୍ୟରେ ଝୁମିଥିଲେ। ଏହି କାର୍ଯ୍ୟକ୍ରମକୁ ଚନ୍ଦୂକାନ୍ତ ବରାଳ ପରିଚାଳନା କରିଥିଲେ।
