କିଶୋରନଗର କଲେଜର ୪୭ ତମ ବାର୍ଷିକ ଉତ୍ସବ

ପୁରାତନ ବିଦ୍ୟାର୍ଥୀ ବିଧାୟକ ପ୍ରକାଶ ସେଠୀ ଅତିଥି

କଟକ ସଦର, ୨୦/୦୧/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା କିଶୋରନଗର କଲେଜର ୪୭ ତମ ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ଦିନ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷ ସଂଜିବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଲେଜର ପୁରାତନ ଛାତ୍ର ତଥା କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷକ ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ସମାଜସେବୀ ତନ୍ମୟ ଦାସ, ଡ଼ଃ ରତ୍ନାକର ରାୟ,ସିନେ ତାରକା ଲିପି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଡ଼ଃ ଅନାଦି ଚରଣ ବରାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଡ଼ଃ ବିଜୟ କୁମାର ମଲ୍ଲିକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ କଲେଜର ମୁଖପତ୍ର ‘ଦି କିଶୋର’ ଉନ୍ମୋଚିତ ହୋଇଥିଲା ବେଳେ ୨୦୨୫ ର ବେଷ୍ଟ ଗ୍ରାଜୁଏଟ ଭାବେ ସୁଭମ ଦାସ ଙ୍କୁ ସମ୍ମାନିତ କରାଯାଇଥିଲା।

ଶେଷରେ ଅଧ୍ୟାପିକା ଵିଦିଶା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଙ୍କ ସମେତ ଵିଜୟ ଭୁଷଣ ମହାପାତ୍ର, ହରିଶଙ୍କର ବେହେରା,ମାନସ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ସାହୁ,ତପନ କୁମାର ବିଶ୍ବାଳ, ଚିନ୍ମୟୀ ପ୍ରଧାନ,ନର୍ମତା ଶର୍ମା, ସସ୍ମିତା ପୁହାଣ, ସୁଭଦ୍ରା ସେଠୀ, କୃଷ୍ଣ ଚନ୍ଦ୍ର ମହାନ୍ତି, ମଧୁସୂଦନ ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *