ଭୂବନରେ ୩୮ ତମ ବାଦୀପାଲା ମହୋତ୍ସବ

ଭୁବନ ୦୪/୦୫/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗାୟତ୍ରୀ ପାଲା ମଣ୍ଡପ ଠାରେ ଗତ ୧ ତାରିଖ ଶୁକ୍ରବାର ଠାରୁ ୩୮ ତମ ବାଦୀପାଲା ମହୋତ୍ସବ ଅନୁଷ୍ଠିତ ହେଉଅଛି । ସଭାପତି ହୃଷୀକେଶ ସାହୁ ,ସମ୍ପାଦକ ନରେନ୍ଦ୍ର କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବାଦୀପାଲାରେ ଗାୟକ ଜ୍ଞାନ ବାରିଧି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏବଂ ଗାୟକ ବାଣୀ ବିନୋଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଟ୍ଟନାୟକ ପାଲା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।

ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାଦୀପାଲା ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି । ଲଳିତ କୁମାର ମିଶ୍ର,ବ୍ରହ୍ମାନନ୍ଦ ସାହୁ, ଯୁବରାଜ ସାଥୁଆ ମହାପାତ୍ର, ସୁରେଶ କୁମାର ସାହୁ,ରତିକାନ୍ତ ସାହୁ,ଅଜୟ କୁମାର ସେଠୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି । ଆସନ୍ତା ୫ ତାରିଖ ମଙ୍ଗଳ ବାର ବାଦୀପାଲାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *