ମାର୍ଶାଘାଇ,୦୪/୦୫/୨୦୨୬(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ।
ଆଜିର ଶିବିରରେ ମୋଟ ୭୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ, ସେଥିମଧ୍ୟରୁ ୫୮ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୂହିକ ଅଭିଯୋଗ ଥିଲା। ତଦ୍ମଧ୍ୟରୁ ୯ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ଏବଂ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ଶୀଘ୍ର ନିଷ୍ପତ୍ତି ପାଇଁ ସମ୍ପର୍କିତ ବିଭାଗକୁ ପଠାଯାଇଛି।
ଏହି ଶିବିରରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ଏବଂ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପୂର୍ବରୁ ମାର୍ଶାଘାଇ ବ୍ଲକରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରର ଅଭିଯୋଗଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ।
