ବାର୍ଦ୍ଧକ୍ୟ ଭତା ମାସିକ ୩ ହଜାର ଟଙ୍କା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି : ମହାସଂଘ

ଭୁବନେଶ୍ୱର,୨୪/୦୨/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗରିବ, ଅସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ମାସିକ ୩ ହଜାର ଟଙ୍କା ଦିଆଯିବା ନିମନ୍ତେ ଘୋଷଣା କରିଥିଲେ । ଓଡ଼ିଶାର ୩୦ଗୋଟି ଜିଲା, ୩୧୪ ଗୋଟି ବ୍ଲକ୍ ଏବଂ ୮ ହଜାର ଗ୍ରାମ ପଂଚାୟତ, ମୁନିସିପାଲ୍ କର୍ପୋରେସନ୍ ଏବଂ ବିଜ୍ଞାପିତ ଅଂଚଳରେ ବସବାସ କରୁଥିବା ଗରିବ, ଅସହାୟ, ବିଧବା, ଅକ୍ଷମ ମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯାଉଅଛି ଏବଂ ବାର୍ଦ୍ଧକ୍ୟ ଲୋକମାନେ ବହୁତ ଅସୁବିଧାରେ ଦିନ କଟାଉଥିବା ବେଳେ ମାସକୁ ୩ହଜାର ଟଙ୍କା ପାଇବା ଅନେକ ପରିବାର ପୋଷଣରେ ସାହାଯ୍ୟ କରିବ ଏବଂ ଗରିବ ଅସହାୟଙ୍କ ସାହା ଭରସା ଭାବେ କାର୍ଯ୍ୟରେ ଲାଗିବ । ଯଥାଶୀଘ୍ର ବିଧାନସଭାରେ ଆଲୋଚନା କରାଯାଇ ବିଧିବଦ୍ଧ ଭାବେ ସରକାର ଘୋଷଣା କରନ୍ତୁ ।

ରାଜ୍ୟରେ ୬ଲକ୍ଷରୁ ଅଧିକ ନୂତନ ହିତାଧିକାରୀମାନେ ଦରଖାସ୍ତ କରିଛନ୍ତି । ସେମାନେ ଦୀର୍ଘ ୫/୬ ବର୍ଷ ହେବ ଭତା ପାଇବା ପାଇଁ ପଂଚାୟତ ଅଫିସ୍ ଠୁ ଆରମ୍ଭ କରି ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଦୌଡ଼ି ହା ହତାସା ହେବାପରେ ସୂଚନା ମିଳେ ଯେ ଜଣେ ମୃତ ହେଲେ ସେହି ଜାଗାରେ ଅନ୍ୟ ଜଣେ ଭତା ପାଇବେ । ଏହିଭଳି ଅସାମ୍ବିଧାନିକ ବ୍ୟବସ୍ଥାକୁ ସରକାର ତୁରନ୍ତ ପରିବର୍ତନ ଆଣନ୍ତୁ । କି ପ୍ରକାରର ୬ଲକ୍ଷ ଲୋକ କେମିତି ପାଇବେ ଏଇଟା ବଡ଼ ଚିନ୍ତାର ବିଷୟ । ମହାସଂଘର ରାଜ୍ୟ ସଭାପତି ଦିଗମ୍ବର ଜେନା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏକ ପ୍ରତିନିଧି ୫ଜଣିଆ ପ୍ରତିନିଧି ଦଳ ଯଥା- ଲକ୍ଷ୍ମୀ ଦେବୀ, ବିନୋଦ ଉର୍ମି, ଗିରିଜା ପ୍ରସନ୍ନ ପଟ୍ଟନାୟକ, ଅନନ୍ତ କୁମାର ପାଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଧାରଣାରେ ଗିରିଜା ପ୍ରସାଦ ପଟ୍ଟନାୟକ, ଶଙ୍କର ଟେଚି, ଅର୍ଦ୍ଧେନ୍ଦୁ ଶେଖର ଦାସ, ରମେଶ ଚନ୍ଦ୍ର ଦାସ, ଲଛମନ ଦଳେଇ, ପୀତବାସ ସାହୁ ଯଜିତ୍ କିଶୋର ଜେନା, ରବୀନ୍ଦ୍ର ମଲ୍ଲିକ, ନୃସିଂହ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *