ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବନ୍ଦେ ଉତ୍କଳ ଜନନୀ ଗାୟନ

ନିରାକାରପୁର,୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇଅଛି । ଏହି ଅବସରରେ ଆୟୋଜିତ ସଭାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ପୌରହିତ କରି ଛାତ୍ରଛାତ୍ରୀମାନଙ୍କୁ ଓଡିଶାର ଐତିହ୍ୟ ଓ ଗାରିମା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହା ପରେ ୨୪୯ ଛାତ୍ରଛାତ୍ରୀ ସାମୁହିକଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *