ଅଚ୍ୟୁତପୁର ପାଟଣା ପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ପାଳନ 

ନିରାକାରପୁର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆଜି ୩ ତାରିଖ ଠାରୁ ଆସନ୍ତା ପେଂବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଓଡିଆ ଭାଷାକୁ ବିଶ୍ୱ ଦରବାରରେ ପହଂଚାଇବା ଉଦ୍ଧେଶ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ପାଟଣା  ପଞ୍ଚାୟତ ଆନୁକୂଲ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ପ୍ରଥମେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ନିଲାଦ୍ରି ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଂଚ ସୋନାଲି ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଭୁବନାନନ୍ଦ ସାହୁ ଓ ସୁରେଶ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଓଡ଼ିଆ ଭାଷାକୁ ଆଦୃତ କରିବା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ।ଓଡ଼ିଆ ଭାଷା ଶ୍ରେଷ୍ଠ ଓ ମଧୁର ବୋଲି କହିଥିଲେ।ଅନ୍ୟମାନଙ୍କ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସିଂହ ,ସମାଜସେବୀ ଟଙ୍କଧର ମହାପାତ୍ର ଓ ସମସ୍ତ ୱାର୍ଡ ମେମ୍ବର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ସୁରଥ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ , ଗୀତ ବହି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାରଥ ଚନ୍ଦ୍ର ପାଇକରାୟ ଓ ଜିଆରଏସ ସ୍ଵଂୟବ୍ରତ ଶ୍ରୀଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *