ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ 

ଭୁବନ ୧୩/୦୯/୨୦୨୫ (ଓଡ଼ିଶା ସମାଚାର)-  ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଶନିବାର ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁ ଙ୍କ ସଭାପତିତ୍ବ ଓ  ଯୁବ ରେଡକ୍ରସ୍ ଦାୟିତ୍ଵ ରେ ଥିବା ଅଧ୍ୟାପକ ପଦ୍ମନାଭ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଭାତ କୁମାର ଜେନା, ଅନିଲ କୁମାର ଧିର, ସୁବାସ ଚନ୍ଦ୍ର ପତି, ଡ଼ ଜ୍ଞାନ ରଞ୍ଜନ ଧଳ, ଆଲୋକ ରଂଜନ ସଡ଼ଙ୍ଗୀ, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରାଥମିକ ଚିକିତ୍ସା ମାଧ୍ୟମରେ କିପରି ସୁସ୍ଥତା ଅବଲମ୍ବନ କରାଯାଇପାରିବ ସେ ସମ୍ବଦ୍ଧ ରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସୌମ୍ୟ ରଞ୍ଜନ ଧୀର ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *