Odisha Education News : ନୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ

ଖଜୁରିଆକଟା ୦୮/୦୨/୨୦୨୫ (ଓଡ଼ିଶା ସମାଚାର)-  ହିନ୍ଦୋଳ ଉପଖଣ୍ଡ ଠୋକର ପଂଚାୟତ ନୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ରେ ଆଜି ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ରେ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଗୁଣ୍ଡିଚା ଦେହୁରୀ  ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସିମାରାଣି ନାୟକ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁକୁମାର ବିଶ୍ଵାଳ,  ସମ୍ମାନିତ ଅତିଥି ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର,ହିନ୍ଦୋଳ ବ୍ଲକ୍ ସହ ଶିକ୍ଷାଧିକାରୀ ଦ୍ୱିତିକୃଷ୍ଣ ସାହୁ, ଠୋକ ର ସରପଞ୍ଚ ରୋଜିତ। ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଗୁରୁଦେବ ସାମଲ, ନୁଆ ଗ୍ରାମ ସଭାପତି ଦଳେଇ ସାମଲ,ସି ଆର ସି ସି ପ୍ରଦୀପ ପଣ୍ଡା  ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ଦୂର୍ମୁଦ ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ମନୋରଞ୍ଜନ ମିଶ୍ର ମଞ୍ଚ ପରିଚଳନ। କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଦ୍ୟାଳୟ,ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମିଳିତ ପ୍ରଚେଷ୍ଟା ରେ ଗୋଟିଏ ଭଲ ମଣିଷ ଗଢି ହେବ । ପିଲା ର ଆଗ୍ରହ ଓ ରୁଚି କୁ ନେଇ ଶିକ୍ଷା ଦାନ କରିବା ଉଚିତ୍ । ଶିକ୍ଷୟତ୍ରୀ ରଶ୍ମିତା ସାମଲ ଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ କରି ସମସ୍ତ ଙ୍କ ମନ  ମୋହିଥିଲେ । ଶିକ୍ଷକ ଛବିରଜ୍ ସାମଲ,ସାଧନା ମହତାବ,ବାସନ୍ତୀ ପରିଡ଼ା  ସହଯୋଗ କରୁଥିଲେ । ଛବିରାଜ୍ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *