ଚକ୍ରୋଡା ଆଂଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ବ୍ୟାଚ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଆଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉସôବ ଭରତପୁର ବେଣାଜୋରି ବଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ସେହି ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ନିଜ ନିଜ ମଧ୍ୟରେ ସୁଖଦୁଃଖ ବାଂଟିଥିଲେ । ପୁରାତନ ଛାତ୍ର ସୌଦାମିନୀ ରାଉତ, ଅରୁଣ ରାଉତ, ନିରଞ୍ଜନ ଜେନା, ସୁଧିର କୁମାର ଜେନା, ପ୍ରଶାନ୍ତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ ମହାନ୍ତି, ଜୟନ୍ତି ନାୟକ, ଅଜୟ ରାଉତ,ଝରଣା ଦାସ, ବିଜୟ ବେହେରା, କମଳା ରାଉତ,ନିହାରିକା ରାଉତ ପ୍ରମୁଖ ୪୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *