ଭୁବନେଶ୍ୱର,୨୦/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜଧାନୀ ଭୁବନେଶ୍ୱରର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ ଡଃ ଭି.ଆର. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଭୁବନେଶ୍ୱର ମହାନଗର ନିଗମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ମିଳିତ ଭାବେ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ୟୁନିଟ୍-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ର ୨୭ଜଣ ଛାତ୍ରଛାତ୍ରୀ ‘ଅସ୍ମିତାରେ ଧନୀ…. ଆମ ରାଜଧାନୀ’ ଶୀର୍ଷକ ଡ୍ୟାନ୍ସଡ୍ରାମା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଡ୍ରାମାଟି ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ପଂଚମ ଶ୍ରେଣୀ ଛାତ୍ର ଆୟାନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭୂମିକାରେ ଅବତାରଣା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍ ର ଶିକ୍ଷକ ଅରୁଣ ପ୍ରଧାନ, ଦେବାଶିଷ ସାହୁ ଓ ଶିକ୍ଷୟିତ୍ରୀ ପ୍ରତିମା ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିର୍ଦ୍ଧେଶନା ଦେଇଥିଲେ ।
ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ଡିଏଭି ସ୍କୁଲ୍ ର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲ୍ ର ଅଧ୍ୟକ୍ଷା ଇପସିତା ଦାସ ମନୋରଞ୍ଜନ କାର୍ଯ୍ୟକ୍ରମ ନିମିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ ।
