ନିମାପଡା, ୦୧/୦୧/୨୦୨୫ (ଓଡ଼ିଶା ସମାଚାର)-ବୁଧବାର ଦିନ ମହାନ ସ୍ଵାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ନିମାପଡା ପତିତପାବନ ସେବା ସଂଘ ପରିସରରେ ପାଳିତ ହୋଇଯାଇଅଛି। ମୋହନ ଦାସ ସ୍ମୃତି ସଂସଦ, ପତିତପାବନ ସେବା ସଂଘ ଓ ନିମାପଡା ସହୀଦ ସ୍ମୃତି ସଂସଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ, ମୋହନ ଦାସ କେବଳ ନିମାପଡାର ନୁହେଁ, ସେ ସମଗ୍ର ଓଡିଶାର ଥିଲେ ଜଣେ ଅପ୍ରତିଦ୍ଵନ୍ଦୀ ନେତୃତ୍ୱ ଯିଏକି ସମାଜର ସାମଗ୍ରିକ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କ ହୁଦୟ ଥିଲା ସାମ୍ୟବାଦର ସୁଦୃଢ ଭିତିଭୂମି, ତାଙ୍କ ପ୍ରାଣ ଖଟିଖିଆ ମଣିଷର ଆର୍ତ୍ତନାଦରେ ଚିତ୍କର କରି ଉଠିଥିଲା। ସାରା ଜୀବନର ସମସ୍ତ ସଂଚିତ ଅର୍ଥକୁ ସେ ବନ୍ୟା ପ୍ରପୀଡ଼ିତ ମଣିଷଙ୍କ ପାଇଁ ଦାନ କରିଦେଇଥିଲେ।ପତିତପାବନ ସେବା ସଂଘର ସମ୍ପାଦକ ଜଗତ ପ୍ରସାଦ ସବୁତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯକ୍ରମରେ ଯୋଗଦାନ କରି ମୋହନ ଦାସଙ୍କ ମାନବ ସମାଜକୁ ଅବଦାନ ଉପରେ ଆଲୋକପାତ କରିଥିଲେ ନିମାପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡା ବିଜ୍ଞାପିତ ପରିଷଦର ଉପାଧ୍ୟକ୍ଷ ତଥା ମୋହନ ଦାସ ସ୍ମୃତି କମିଟିର ସମ୍ପାଦକ ସନ୍ତୋଷ ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ କୁମାର ଖଟୋଇ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଦେବେନ୍ଦ୍ର ସାହୁ, ପୁରୀ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ, ନିମାପଡା ଶହୀଦ ସ୍ମୃତି ସଂସଦର ସମ୍ପାଦକ ଡ. ବେଣୁଧର ସେନାପତି, ଯୁବ ନେତୃତ୍ବ ଜିବନାନନ୍ଦ ମହାପାତ୍ର, ନିମାପଡା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନର ସମ୍ପାଦକ ବସନ୍ତ କୁମାର ପାତ୍ର ଯୋଗଦେଇ ମୋହନ ଦାଶଙ୍କ ସ୍ମୁତି ଚାରଣ କରିଥିଲେ l ସଂଗ୍ରାମୀ ମୋହନ ଦାସଙ୍କ ପ୍ରତିମୂର୍ତ୍ତିକୁ ନିମାପଡା ଦୋଳବେଦୀ ଛକରୁ ଅନ୍ୟତ୍ର ଉଠାଇ ଦେବାକୁ ହେଉଥିବା ମସୁଧାକୁ ଉପସ୍ଥିତ ନେତୃତ୍ଵ ଓ ବୁଦ୍ଧିଜୀବିମାନେ ନାପସନ୍ଦ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଅଶୋକ କୁମାର ସାହୁ, ପ୍ରଦୀପ୍ତ କୁମାର ମୁଖି, ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ । ଏହି ସ୍ମୁତି ସଭାରେ ପ୍ରାୟ ୩୦୦ ରୁ ଅଧିକ ଲୋକ ଯୋଗଦାନ କରିଥିଲେ।
ସ୍ବାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ୩୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
