ପଳାଶୁଣୀ ଛକରେ ଜଳିଗଲା କାର, ଅଳ୍ପକେ ବର୍ତିଲେ ୩ ଯାତ୍ରୀ

ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ଗତକାଲି ସନ୍ଧ୍ୟାରେ ରାଜଧାନୀର ପଳାଶୁଣୀ ଛକରେ ଏକ କାର ଜଳି ଯାଇଛି । ସୌଭାଗ୍ୟବସତଃ ସେଥିରେ ଥିବା ୩ଜଣ ଯାତ୍ରୀ ବର୍ତି ଯାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଗତକାଲି ଶନିବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏକ କାର ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା । ପଳାଶୁଣୀ ଓଭରବ୍ରିଜ ନିକଟରେ ହଠାତ କାର ରୁ ଧୂଆଁ ବାହାରିଥିଲା । ଏହାଦେଖି ଚାଳକ ଗାଡି ରଖି ବାହାରକୁ ଚାଲି ଆସିଥିଲେ । କାରରେ ନିଆଁ ଲାଗିଥିବା ଦେଖିବା ପରେ ତୁରନ୍ତ ସେଥିରେ ବସିଥିବା ଦୁଇ ଯାତ୍ରୀଙ୍କୁ ଓହ୍ଲାଇ ଯିବାକୁ କହିଥିଲେ । ଯାତ୍ରା ଓହ୍ଲାଇବାର ମାତ୍ର କେଇ ମିନିଟ ପରେ କାରଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଉଠିଥିଲା ।

ଖବରପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା । କାରରେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ବିସ୍ଫୋରଣ ଭୟରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ପ୍ରାୟ ଦୁଇଘଂଟା ପରେ ରାସ୍ତାରେ ଗାଡି ମୋଟର ଚଳାଚଳ ସ୍ୱଭାବିକ ହୋଇଥିଲା । ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ଗାଡିର ଫିଟନେସ ଅଛି କି ନାହିଁ ତାହାର ମଧ୍ୟ ଯାଂଚ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *