ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ବ୍ରହ୍ମପୁରକୁ ହରାଇ ଫାଇନାଲ ରେ କେସିଙ୍ଗା – ଦର୍ଶକ ପାଇଲେ ୨୧୦୦ ଟଙ୍କା ।

ଜୁନାଗଡ଼, ୨୨/୧୨/୨୦୨୪ ( ରାକେଶ ବେମାଲ/ଓଡ଼ିଶା ସମାଚାର)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଦ୍ୱତୀୟ ସେମିଫାଇନାଲ କେସିଙ୍ଗା ଏକ ରୋମାଞ୍ଚକ ମେଚ ଖେଳି ସୁପର ଓଭର ରେ ବ୍ରହ୍ମପୁର କୁ ହରାଇ ଫାଇନାଲ ଖେଳିବ କେସିଙ୍ଗା । ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ ବ୍ରହ୍ମପୁର । ବେଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୨୯ ଓଭର ରେ୧୨୪ରନ ସଂଗ୍ରହ କରିଥିଲେ । ଜବାବ ରେ କେସିଙ୍ଗା ୨୬ ଓଭର ୧ ବଲ ରେ ସମସ୍ତ ଉଇକେଟ ହରାଇ ୧୨୪ ରନ କରି ମେଚ ଡ୍ର କରିଥିଲେ । ସୁପର ଓଭର ରେ କେସିଙ୍ଗା ୬ ବଲ ରେ ୧୦ ରନ କରି ୧୧ ରନ ର ଟାର୍ଗେଟ ଦେଇଥିଲେ । ଜବାବ ରେ ବ୍ରହ୍ମପୁର ୫ ବଲ ରେ ଦୁଇ ଉଇକେଟ ହରାଇ କେବଳ ୭ ରନ କରି ହାରି ଯାଇଥିଲେ ।ମେନ ଅଫ ଦି ମ୍ୟାଚ କେସିଙ୍ଗା ର ଦୀପକ ପରିଡା ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ସମାଜସେବୀ ଦାମୋଦର ବେହେରା ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ପାରିଷଦ ସଚିନ ଅନ୍ଧାନୀ, ଯୁବ ଇଞ୍ଜିନିଅର ସଞ୍ଜୟ ମଲ୍ଲିକ କ୍ଲବ ଉପଦେଷ୍ଟା ଅଶୋକ ପଟ୍ଟନାୟକ , ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଓ ତୃତୀୟ ଅମ୍ପାୟାର ସମୀର ସାହୁ ଓ ଦିପେନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାର।ବିବରଣି ଦାୟିତ୍ୱ ନୀତିଶ ମହାପାତ୍ର ମାନସ ସାହୁ ବିନୟ ସାହୁ , ନେଇଥିଲେ । ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ । ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ । ପଡିଆ ବାହାରେ ଗୋଟିଏ ହାତରେ ଦର୍ଶକ କେଚ ଧରି ୨୧୦୦ ଟଙ୍କା ପୂ ନଗରପାଳସୁଧାଂଶୁ ବରାଡ଼ ଙ୍କ ଦ୍ୱାରା ଘୋଷିତ ପୁରସ୍କାର ପଲାଶ ଗ୍ରାମ ର ଆକାଶ ବାଗ ପାଇଥିଲେ । ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଚିଫ ଏକଜିକୁ୍ୟଟିଭ ସମୀର ସାହୁ ,ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନାଇଜ ସମ୍ପାଦକ ମାନସ ସାହୁ ,ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ୨୩ ତାରିଖ ଫାଇନାଲ ବରଗଡ ବ୍ଲୁ ଡ୍ୟାମଣ୍ଡ ସହ କେସିଙ୍ଗା କେ ସି ଏ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *