କଟକ ସଦର,୩୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଖାନନଗର ଶ୍ମଶାନରେ ଆଜି ଶନିବାର ‘ ସ୍ୱ।ୟତ ଶାସନ ଦିବସ ‘ ଅବସରରେ
ଆବଶ୍ୟକତା ଦୃଷ୍ଟିରୁ ଶବଦାହ ପାଇଁ ଏକ ଗ୍ୟାସ ଚୂଲା କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି। ଏଥିରେ କଟକ ସାଂସଦ ଭର୍ତୃହରି ମହତାବ, କଟକ ମହାନଗର ନିଗମ (ସିଏମଡି) ମେୟର ସୁବାସ ସିଂ ପ୍ରମୁଖ ଯୋଗ ଦେଇଥିଲେ।ଏହା ଦ୍ବାରା ପରିବେଶ ସୁରକ୍ଷିତ ରହିବା ସହିତ କଟକ ରେ ଶବଦାହ ପାଇଁ ହେଉଥିବା ଅସୁବିଧା ଦୂର ହୋଇପାରିବ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।
କଟକ ଖାନନଗର ଶ୍ମଶାନରେ ଶବଦାହ ଗ୍ୟାସ୍ ଚୂଲା ଉଦଘାଟନ
