ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ପାଳିତ

ଭୁବନ,୨୫/୦୪/୨୦୨୬ (ଓଡ଼ିଶା ସମାଚାର)– ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଖେଳ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ପ୍ରେମାନନ୍ଦ ଜେନା,ଅରୁଣ କୁମାର ନାୟକ,ସଞ୍ଜୟ ଦାସ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ବିବେଦୀ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ,ଓଡିଶ ସରପଞ୍ଚ ମୋହନ ମହାନ୍ତ, ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ, ପ୍ରମୁଖ ପଞ୍ଚାୟତ ସଦସ୍ୟ ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ଉଦଘାଟନ ସମାରୋହ କୁ ଆଭାସୀ ମାଧ୍ୟମରେ ଦେଖିଥିଲେ । କ୍ଷମତାର ବିକେନ୍ଦ୍ରି କରଣ କରି ତାହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସକାଶେ ୧୯୯୨ ମସିହା ଆଜିର ଦିନରେ ସମ୍ବିଧାନର ,୭୩ ତମ ସଂଶୋଧନ କରାଯାଇ ଜାତୀୟ ପଞ୍ଚାୟତିରାଜ ଦିବସ ସୃଷ୍ଟି କରାଯାଇଥିଲା । ତେଣୁ ସେହି ଦିନକୁ ସ୍ମରଣ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ଉପଲବ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ୧୪୨ ଜଣ ଅନ୍ତଦ୍ୟୋୟ ଗୃହ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ଅଶୋକ କୁମାର ମିଶ୍ର ଙ୍କ ସମେତ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ଏବଂ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *