ପରିଚାଳନା କମିଟି ସଦସ୍ୟ ଗୋଲକ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

କଟକ, ୦୯/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷ, ବ୍ରାହ୍ମଣଝରିଲୋ କଲେଜ ପରିଚାଳନା କମିଟି ସଦସ୍ୟ, ବ୍ରାହ୍ମଣଝରିଲୋ ହାଇସ୍କୁଲ ପରିଚାଳନା କମିଟି ସମ୍ପାଦକ, ମ୍ୟାରିୟନ ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଗୋଲକଚନ୍ଦ୍ର ମହାନ୍ତିଙ୍କ  ଏକାଦଶାହର ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ପ୍ରଫେସର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜୟନ୍ତ କୁମାର ଜେନା, ଯଯାତି କିଶୋର ବେଜ, ପ୍ରଶାନ୍ତ କୁମାର ସାହୁ, ବାବାଜି ଚରଣ ମହାନ୍ତି, ମନୋଜ କୁମାର ଦାସ, ରମେଶ ମହାନ୍ତି, ମନୁ ବାରିକ, ବିମ୍ବାଧର ମହାନ୍ତି, ବଟକୃଷ୍ଣ ସାହୁ, ଅଜୟ କାନୁନଗୋ, ବିଜୟ ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ବିଶ୍ଵରଂଜନ ସାହୁ ପ୍ରମୁଖ ଯୋଗଦେଇ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଚିତ୍ତରଂଜନ ମହାନ୍ତି, ସୁରେଶ ମହାନନ୍ତି, ନିରଂଜନ ମହାନ୍ତି, ସତ୍ୟରଂଜନ ମହାନ୍ତି ଓ ବିଶ୍ଵଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *