ଜଳଶକ୍ତିଅଭିଯାନ – କ୍ୟାଚ-ଦି-ରେନ୍ – ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଚଳିତ ବର୍ଷ  ଥିମ୍ ରହିଛି ‘ନାରୀଶକ୍ତି ସେ ଜଳଶକ୍ତି’ — ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୮/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଜଳଶକ୍ତି ଅଭିଯାନ-୨୦୨୪“କ୍ୟାଚ-ଦି-ରେନ୍” ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଜଳସଂରକ୍ଷଣ କ୍ଷେତ୍ରରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜଳଶକ୍ତି ଅଭିଯାନର ଥିମ୍ ରହିଛି’ନାରୀଶକ୍ତି ସେ ଜଳଶକ୍ତି’।ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ଜି.ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନସଚିବ ଅଶ୍ୱଥୀ.ଏସ୍, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତଥିବାବେଳେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ତ ମହାନଗର ନିଗମର କମିଶନରମାନେ ଉପସ୍ଥିତଥିଲେ।

          ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଛି ।ନଦୀ, ନାଳ ଓ ସମୁଦ୍ରକୁ ଭୂପୃଷ୍ଠରୁ ବର୍ଷା ଜଳ ବୋହିଯିବା ପୂର୍ବରୁ ଜଳର ବିବିଧ ଆବଶ୍ୟକତା ପୂରଣ ପାଇଁ ଭୂତଳ ଜଳ ଭରଣ ଏବଂ ବିଭିନ୍ନ ଉପାୟରେ ଜଳସଂରକ୍ଷଣ ବ୍ୟବସ୍ଥାରେ ସଞ୍ଚୟ କରିବାକୁ ଜଳଶକ୍ତି ଅଭିଯାନ ଜାରି ରହିଛି।୨୦୧୯ମସିହାରୁ ଏହି ଅଭିଯାନ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉଛି।ଜଳଶକ୍ତି ଅଭିଯାନ-୫ମ ପର୍ଯ୍ୟାୟ ଗତ ୯ ମାର୍ଚ୍ଚ୨୦୨୪ରୁଆରମ୍ଭ ହୋଇ ଆଗାମୀ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତଚାଲୁ ରହିବ।ଜଳ ଶକ୍ତି ଅଭିଯାନ-୨୦୨୪ ପରିପ୍ରେକ୍ଷୀରେ ଗତକାଲି ଭାରତ ସରକାରଙ୍କର କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟଶାସନସଚିବ ମାନଙ୍କ ସହିତ ବୈଠକରେ ଆଲୋଚନା କରି ଜଳ ସଂରକ୍ଷଣ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ।ଆଜିର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଓଡ଼ିଶାରେ ଜଳଶକ୍ତି ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ କିପରି ଚାଲିଛି ଓ ଚଳିତ ବର୍ଷାଋତୁ ତଥା ଆଗାମୀ ଦିନରେ କିପରି ପଦକ୍ଷେପ ରହିବ, ସେଥିନିମନ୍ତେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଜଳ ସମ୍ପଦ ବିଭାଗ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ , କ୍ରୀଡା ଓ ଯୁବସେବା , ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପୁର୍ତ୍ତ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁବିକାଶ , ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁଚଳିତ ବର୍ଷ କିପରି ଜଳସଂରକ୍ଷଣ କାର୍ଯ୍ୟକ୍ରମ କରାଯିବା ପାଇଁ କାର୍ଯ୍ୟ ଯୋଜନା ରହିଛି, ସେ ସଂପର୍କରେ ଉପସ୍ଥାପନା କରାଯାଇଥିଲା ।

          ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ଜଳାଶୟ ଗୁଡିକରୁ ଜବରଦଖଲ ହଟାଇବା, ପଞ୍ଚାୟତ ଘର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡିକରେ ଜଳ ପରିଚାଳନା କାର୍ଯ୍ୟ କରାଯିବା, କ୍ଷୁଦ୍ରନଦୀ ଓ ନାଳ ଗୁଡିକର ପୁନରୁଦ୍ଧାର, ଜଳଭଣ୍ଡାର ଓ ନଦୀ ଅବବାହିକା ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥା , ବନୀକରଣ, ଜଳଛାୟା ଉନ୍ନୟନ ପ୍ରକଳ୍ପ ଜରିଆରେ ଜଳସଂରକ୍ଷଣ, ସରକାରୀ କୋଠା ଗୁଡିକରେ ବର୍ଷାଜଳ ଅମଳ ବ୍ୟବସ୍ଥା , ବର୍ଷାଜଳ ସଂରକ୍ଷଣ ନିମନ୍ତେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମସ୍ତ ସହଯୋଗୀ ଅନୁଷ୍ଠାନର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି।ବିଭିନ୍ନ ଜିଲ୍ଲାରେ କିପରି ବୈଜ୍ଞାନିକ ଉପାୟରେ ଜଳସଂରକ୍ଷଣ କରାଯାଇପାରିବ, ସେଥିପାଇଁ ଜଳସଂରକ୍ଷଣ ଯୋଜନା ଜଳ ଶକ୍ତି ଅଭିଯାନ ପୋର୍ଟାଲ ଓ୍ୱେବ୍ ସାଇଟରେ ଅପଲୋଡ କରାଯାଉଛି।ଜନସାଧାରଣଙ୍କୁ ଜଳ ସଂରକ୍ଷଣ ସମ୍ପର୍କିତ ସୂଚନା ପାଇଁ ସମସ୍ତ ଜିଳ୍ଲାରେ  ‘ଜଳଶକ୍ତି କେନ୍ଦ୍ର’କାର୍ଯ୍ୟକାରୀ ହେଉଛି।ଏହି କେନ୍ଦ୍ର ଯେପରି ଠିକ୍ ଭାବରେ କାର୍ଯ୍ୟକାରୀ ହେବ ଏବଂ ଜଳସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ସହାୟତା ପ୍ରଦାନ କରିବ ଏଦିଗରେ ଜିଲ୍ଲାପାଳମାନେ ଗୁରୁତ୍ୱଦେବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳ ସଂପଦ ବିଭାଗ  ଶ୍ରୀମତୀ ଗର୍ଗ ମଧ୍ୟ ଜଳ ଶକ୍ତି ଅଭିଯାନ-୨୦୨୪ ର ରାଜ୍ୟ ନୋଡାଲ ଅଧିକାରୀ ରହିଛନ୍ତି । ବିଭିନ୍ନ ଜଳଭଣ୍ଡାରରେ ଜଳ ସଂରକ୍ଷଣ ସମେତ ଜଳ ସଂପଦ ବିଭାଗ ତରଫରୁ ଅନ୍ତଃନଦୀ ଜଳାଶୟ, ‘ଛାତ’ଯୋଜନାରେ ବର୍ଷା ଜଳ ସଂଚୟ ପ୍ରକଳ୍ପ,  ‘ଅରୁଆ’ ଯୋଜନାରେ ଭୂତଳ ଜଳ ଭରଣ  ଓ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥାରେ ଜଳ ସେଚନ ଓ ଜଳ ପରିବହନ  ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଅନ୍ୟ ସମସ୍ତ ସଂପୃକ୍ତ ବିଭାଗ ତରଫରୁ ନିଜନିଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାରେ ଜଳ ସଂରକ୍ଷଣ ଓ ଜଳ ସଂରକ୍ଷଣ ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଜଳସଂପଦ ବିଭାଗ ତରଫରୁ ଏହି ଅଭିଯାନର ସମନ୍ୱୟ ପାଇଁ ସବୋଚ୍ଚ ଯନ୍ତ୍ରୀ(ଯୋଜନା ଓ ନକ୍ସା) ଶ୍ରୀ ଲିଙ୍ଗରାଜ ଗୌଡ଼ ନୋଡାଲ ଅଧିକାରୀ ରହିଥିବାବେଳେ ଅନ୍ୟ ସମସ୍ତ ସଂପୃକ୍ତ ବିଭାଗର ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ସମନ୍ୱୟ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି।

          ପ୍ରକାଶ ଥାଉକି, ଜଳ ଶକ୍ତି ଅଭିଯାନରେ ପୂର୍ବ ବର୍ଷଗୁଡ଼ିକ ପରି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟରେ ରହିଛି (୧) ଜଳ ସଂରକ୍ଷଣ ଏବଂ ବର୍ଷା ଜଳ ସଂରକ୍ଷଣ; (୨)ସମସ୍ତ ଜଳାଶୟଗୁଡ଼ିକର ଗଣନା, ଭୂ-ଟ୍ୟାଗିଂ ଏବଂ ତାଲିକା ପ୍ରସ୍ତୁତ କରିବା; ଏହାକୁ ଆଧାର କରି ଜଳ ସଂରକ୍ଷଣ ପାଇଁ ବୈଜ୍ଞାନିକ ଯୋଜନା ପ୍ରସ୍ତୁତି; (୩) ସମସ୍ତ ଜିଲ୍ଲାରେ ଜଳ ଶକ୍ତି କେନ୍ଦ୍ର ପ୍ରତିଷ୍ଠା; (୪) ବ୍ୟାପକ  ବୃକ୍ଷରୋପଣ; ଏବଂ (୫)ଜନ ସଚେତନତା ସୃଷ୍ଟିଉପରେ ଗୁରୁତ୍ୱ  ପ୍ରଦାନ ।

Leave a Reply

Your email address will not be published. Required fields are marked *