କଟକ ସଦର,୨୭/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ଥ ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ(୩୨) ଗତକାଲି ବୁଧବାର ଅପରାହ୍ନରେ ପତ୍ନୀଙ୍କୁ ଭିଡିଓ କଲ୍ କରି ଜଗତପୁର ଥାନା ଵିରୁପା ନଦୀ ବ୍ରିଜ୍ ଉପରୁ ନଦୀକୁ ଡେ଼ଇଁ ନିଖୋଜ ଥିବା ଜଣାପଡିଛି।
ପ୍ରକାଶ ଯେ ନିଖୋଜ ସମରଜିତ ୨୦୨୫ ମସିହାରେ ଚୌଦ୍ୱାର ଥାନା ପାଇକରାପୁର ଗ୍ରାମର ସୋନାଲି ବାରିକଙ୍କୁ ଵିଵାହ କରିଥିବାବେଳେ ସେମାନଙ୍କର ଏକ ଦେଢ଼ ମାସର ପୁତ୍ର ସନ୍ତାନ ଥିବା ଜଣାଯାଇଛି। ଖବରପାଇ ଜଗତପୁର ଥାନା ପୋଲିସ ଏବଂ ଓଡ୍ରାଫ୍ ଟିମ୍ ଵିରୁପା ନଦୀର ଗଭୀର ସ୍ରୋତରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ହେଁ ଆଜି ଗୁରୁବାର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ତେବେ ବ୍ରିଜ୍ ଉପରୁ ସମରଜିତ ର ଚପଲ ଓ ମୋବାଇଲ କୁ ପୋଲିସ ଉଦ୍ଧାର କରିଛି।
