ତୁଳସୀକ୍ଷେତ୍ର ପଣ୍ଡିତ ସଭାର ନିଶୁଳ୍କ ବ୍ରତୋପନୟନ

କେନ୍ଦ୍ରାପଡ଼ା,୨୩/୦୪/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତସଭା ପକ୍ଷରୁ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୩ନମ୍ବର ୱାର୍ଡର ତଳବାରଙ୍ଗସ୍ଥିତ ଶ୍ରୀଗୋପିନାଥଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନିଶୁଳ୍କ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଣିତିରି ଗ୍ରାମର ସାଇଓମକାର ଦାଶ, ମହୀପାଳର ଜ୍ଞାନରଞ୍ଜନ ମିଶ୍ର, ରଣପଡାର ପ୍ରବୀର ପଣ୍ଡା, ବିଲବଳରାମପୁରର ନିଳାଦ୍ରୀ କର ପ୍ରମୁଖ ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଥିଲେ ।

ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ, ସଭାପତି ପଣ୍ଡିତ କୃଷ୍ଣାନନ୍ଦ ପଣ୍ଡା, ଉପସଭାପତି ପଣ୍ଡିତ ଭ୍ରମରବର ନନ୍ଦ ଓ ପଣ୍ଡିତ ସତ୍ୟନାରାୟଣ ପତି, ପଣ୍ଡିତ ହୃଷିକେଶ ରଥ, ସମ୍ପାଦକ ପଣ୍ଡିତ ମାଧବ ଚନ୍ଦ୍ର ପତ୍ରୀ, କୋଷାଧ୍ୟକ୍ଷ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା, ସହସମ୍ପାଦକ ପଣ୍ଡିତ ନୃସିଂହ ପତି, ଯୁଗ୍ମସମ୍ପାଦକ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି, ପଣ୍ଡିତ ମହେଶ୍ୱର ପାଣି, ପଣ୍ଡିତ କୁଳମଣି ପଣ୍ଡା, ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅକ୍ଷୟ ପତ୍ରୀ, ପଣ୍ଡିତ ହରେକୃଷ୍ଣ ପତି, ତପନ କୁମାର ଦାଶ, ତ୍ରିଲୋଚନ ମିଶ୍ର, କ୍ଷୀରୋଦ ଚନ୍ଦ୍ର ମିଶ୍ରଙ୍କ ସମେତ ପଣ୍ଡିତସଭାର କର୍ମକର୍ତା ଓ ସଭ୍ୟସଭ୍ୟାମାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପଣ୍ଡିତ ହରିହର ଶତପଥୀ, ବିଶ୍ୱଜିତ ଶତପଥୀ, ଦୀପକ ପତି, ସଚେତନ ଶତପଥୀ, ସରୋଜକାନ୍ତ ପତି, ତୁଷାରକାନ୍ତ ଷଡଙ୍ଗୀ, ନିରଞ୍ଜନ କର ପ୍ରମୁଖ ଯାଜ୍ଞିକ ବ୍ରାହ୍ମଣ ଦେବତା ମାନଙ୍କ ଦ୍ୱାରା ବ୍ରତୋପନୟନ ବୈଦିକ ମତେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଗୋପିନାଥଜୀଉ ଯୁବକସଙ୍ଘ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସଂଗଠନ ସମ୍ପାଦକ ନୃସିଂହ ଚରଣ ତି୍ରପାଠୀ କୃତଜ୍ଞତା ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *