ସିନେକି୍ରଟିକ୍ ର ‘ସୀତା ବିବାହ ଦିବସ’

ମୌଳିକ କଥାବସ୍ତୁ ଉପରେ ପ୍ରସ୍ତୁତ ହେଉ ଓଡ଼ିଆ ଚଳଚ୍ଚିତ୍ର
ଭୁବନେଶ୍ୱର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର)-ମୌଳିକ କଥାବସ୍ତୁ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ ତାହାର ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହେବା ସେଙ୍ଗସେଙ୍ଗ ଦର୍ଶକମାନଙ୍କ ଦ୍ୱାରା ତାହା ବିଶେଷ ଭାବରେ ଆଦୃତ ହୋଇପାରିବ । ଏ ଦିଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଧେଶକମାନେ ଆଗଭର ହେବାକୁ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସୀତା ବିବାହ ଦିବସ’ ସମାରୋହରେ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।
୧୯୩୬ ଏପ୍ରିଲ୍ ୨୮ ତାରିଖରେ ପୁରୀର ଲକ୍ଷ୍ମୀଟକିଜ୍ ଠାରେ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଦ୍ୱାରା ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା । ଏହି ଦିବସକୁ ସ୍ମରଣ କରିବା ନିମନ୍ତେ ସିନେକି୍ରଟିକ୍ ଆସୋସିଏସନ୍ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ସୀତା ବିବାହ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରଯୋଜିକା ତଥା କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ଓ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଧେଶକ ପ୍ରଣବ ଦାସ, ପ୍ରଯୋଜକ ଗିଲ୍ଡର ସମ୍ପାଦକ ତଥା ଚଳଚ୍ଚିତ୍ର ନିର୍ଦ୍ଧେଶକ ଅରୁଣ ମହାନ୍ତି ବରେଣ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ଗୋସ୍ୱାମୀଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଂଗେସଂଗେ ଓଡ଼ିଆ ଚଳଚ୍ଚିତ୍ରର ପ୍ରସାର ନିମନ୍ତେ ପ୍ରତି ଜିଲାରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ଓ ଗୁଣାତ୍ମକ ମାନର ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ସରକାର ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିôବା ବେଳେ ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଓ ମଂଚ ନାଟକର ନିର୍ଦ୍ଧେଶକ ସଚ୍ଚି ଦାସଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ଭୋଟ୍’ର ପ୍ରଯୋଜକ ଅତିଶ ରାଉତ, ନିର୍ଦ୍ଧେଶକ ଦେବାଶିଷ ମହାପାତ୍ର, ଅଭିନେତା ହର ରଥ, ସୁଶାନ୍ତ ରାଉତରାୟ ଓ କାହାଣୀକାର ଅଜୟ ମହାପାତ୍ରଙ୍କୁ ସିନେକି୍ରଟିକ୍ ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସର୍ବଶ୍ରୀ ଜ୍ଞାନରଂଜନ ପ୍ରିୟଦର୍ଶନ, ଶ୍ରୀଧର ମାର୍ଥା, ରାଜଗୋପାଳ ସିଂହ, ରବୀନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ ଓ ଶ୍ରୀକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ‘ସୀତା ବିବାହ ଦିବସ’ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସିନେକ୍ରିଟିକ୍ ଆସୋସିଏସନନ୍ ପକ୍ଷରୁ ଉତ୍କଳ ମଣ୍ଡପ ପରିସରରେ ସ୍ଥାପିତ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *