ନିମାପଡ଼ା,୨୩/୦୪/୨୦୨୬ (ଓଡ଼ିଶା ସମାଚାର)- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ପରିସରରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ଚଢ଼େଇଗାଁ ରାସ୍ତାର ସଂଯୋଗୀକରଣ ଓ ନାଳ ଉପରେ ସେତୁ ବନ୍ଧର ନିର୍ମାଣ ହେବା ଦ୍ବାରା ଖୁଳିଶା,ଏଟେଇଗୋଡା,ଦୃଗେସ୍ବର, ପାଞ୍ଚବିଟିଇ ଆଦି ଗ୍ରାମଗୁଡିକ ଉପକୃତ ହେବେ, ଯାହାର ଆନୁମାନିକ ମୂଲ୍ୟ ୫ କୋଟି ୬୨ ଲକ୍ଷ ଟଙ୍କା ଓ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଦରଙ୍ଗ ନୁତନ ଗୃହ ନିର୍ମାଣ ହେବା ଦ୍ବାରା ଡଗରପଡା ,କୁଆପଡା,ଅରିଲୋ,ବନ୍ତଳିଗ୍ରାମ, ବିଜିପୁର ,ବରିପୁରୁ,ଆଳିଶି,ତରଣା,ନେତପୁର ଆଦି ଗ୍ରାମର ଲୋକମାନେ ଉପକୃତ ହେବେ ଯାହାର ଆନୁମାନିକ ମୂଲ୍ୟ ୯୨ ଲକ୍ଷ ୪୩ ହଜାର ଟଙ୍କାର ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ପରିଡ଼ା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ମିନଲତା ମହାନ୍ତି, ବିଧାୟକ ପ୍ରତିନିଧି ଜଚିନ୍ଦ୍ର ସ୍ବାଇଁ, ଅର୍ଜୁନ ବରାଳ, ସରୋଜ କୁମାର ସାହୁ,ଅଧିକ୍ଷଣ ଯନ୍ତ୍ରୀ ମୋଶିମି ମିଶ୍ର, ଯନ୍ତ୍ରୀ କୃଷ୍ଣଚନ୍ଦ୍ର ତାଡ଼, ଯନ୍ତ୍ରୀ ରଞ୍ଜିତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
