ସନ୍ଥ ବଳରାମ ଦାସ ଅସ୍ପୃଶ୍ୟତା ନିରାକରଣ ଓ ନାରୀ ସଶକ୍ତିକରଣର ପ୍ରଥମ ବାର୍ତାବହ ଥିଲେ

ଭୁବନେଶ୍ୱର, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ପଂଚସଖା ଯୁଗର ଅନ୍ୟତମ ସନ୍ଥ ଭକ୍ତକବି ସନ୍ଥ ବଳରାମ ଦାସଙ୍କ ତିରୋଧାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସନ୍ଥ ବଳରାମ ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ସମ୍ମୁଖସ୍ଥ ପ୍ରତିମୂର୍ତିସ୍ଥଳୀରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରଥମେ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ବନ୍ଦନା ଗାନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ବର୍ଷିୟାନ୍ ରାଜନେତା ଗୋଲକ ବିହାରୀ ନାୟକ, ଏରବଙ୍ଗ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଗଣେଶ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ମହାନ୍ତି, ସନ୍ନ୍ୟାସିନୀ ଅରୁନ୍ଧତି, ଶିବାନୀ ନାୟକ, ବନଜା ବେହେରା, ସୁଜାତା ଜେନା, ରୁବିନା ପରିଡ଼ା, ସରୋଜିନୀ ବାରିକ, କୁନ୍ତଳା ଜେନା, ମନୋରମା ମହାନ୍ତି, ପ୍ରଣତି ମିଶ୍ର, ଶଙ୍କର ମହାପାତ୍ର, ସୀମାଂଚଳ ସାହୁ, ଗିରିଜା ଶଙ୍କର ମହାପାତ୍ର, ନିରଞ୍ଜନ ମଙ୍ଗରାଜ, ସୁଦୀପ୍ତ ସ୍ୱାଇଁ, ରଞ୍ଜିତ୍ କୁମାର ସାହୁ, ପ୍ରଦୀପ୍ତ ପରିଡ଼ା, ବସନ୍ତ କୁମାର ଦାସ, ସୁଶାନ୍ତ କୁମାର ପାଢୀ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂହ, ବିଜୟ ଗୋପାଳ ଦାସ, ପ୍ୟାରୀମୋହନ ଜେନା, ଉପେନ୍ଦ୍ର ଦାସ, ସଂଜୟ ପରିଡ଼ା, ଅକ୍ଷୟ ଜେଠୀ, ଯୁବରାଜ ଦାସ, ସତ୍ୟବ୍ରତ ଜେନା ଓ ଅଶ୍ୱିନୀ ପଟ୍ଟନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଶାର ଧର୍ମଧାରାକୁ ପଂଚସଖା ଯୁଗର ସାଧୁମାନେ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ । ସନ୍ଥ ବଳରାମ ଦାସ ତନ୍ମଧ୍ୟରୁ ଅନ୍ୟତମ । ପୁରୀ ଜିଲାର ଏରବଙ୍ଗଠାରେ ଜନ୍ମିତ ଭକ୍ତକବି ବଳରାମ ଦାସ ଜଣେ ଉଚ୍ଚକୋଟୀର ସାଧୁ ଭାବରେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ସେ ଦାଣ୍ଡି ରାମାୟଣ ଲକ୍ଷ୍ମୀପୁରାଣ ସହ ବହୁ ଉପାଦେୟ ଆଧ୍ୟାତ୍ମିକ ଗ୍ରନ୍ଥ ରଚନା କରିଛନ୍ତି । ତାଙ୍କ ଲକ୍ଷ୍ମୀପୁରାଣରେ ନାରୀ ସଶକ୍ତିକରଣ ଓ ଅସ୍ପୃଶ୍ୟତା ନିରାକରଣ ଉପରେ ବାର୍ତା ପ୍ରଦାନ କରିଛନ୍ତି । ସେ ଥିଲେ ଅସ୍ପୃଶ୍ୟତା ନିରାକରଣ ଉପରେ ପ୍ରଥମ ମାର୍ଗଦର୍ଶକ । ସେ ପ୍ରଥମ ବାଲୁକା ଶିଳ୍ପୀ ଭାବରେ ବାଲିରଥ ନିର୍ମାଣ କରି ବାଲୁକା କଳାକୁ ବିଶ୍ୱରେ ଆରମ୍ଭ କରିଥିଲେ । ବଳରାମ ଦାସଙ୍କ ତତ୍ୱ ସବୁ ସମୟରେ ସମାଜକୁ ଆଧ୍ୟାତ୍ମିକ ଚେତନାରେ ଜାଗ୍ରତ କରିବ ବୋଲି ମତଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *