କ୍ୟାବିନେଟ୍ ବୈଠକ ସମ୍ପର୍କରେ  ନିଷ୍ପତ୍ତି ପ୍ରେସ୍ ବିବୃତ୍ତି

ଭୁବନେଶ୍ୱର,୧୪/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ   ହୋଇଯାଇଛି  ।  ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  ।

କ୍ୟାବିନେଟ ବୈଠକରେ ମୋଟ ୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା ।   ତନ୍ମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ  ହେବ ।

ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା । ଏସବୁ ୪ ଟି ପ୍ରସ୍ତାବ କ୍ୟାବିନେଟ ରେ ଅନୁମୋଦନ ଲାଭ କରିଛି ।

-0-

  ପଠାଣି ରାଉତ, ମୁଖ୍ୟ ଶାସନ ସଚିବଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *