ଭୁବନ ୨୨/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନର ଯୁବ ଲେଖକ ଓ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ସୁକିନ୍ଦା ପ୍ରେସ୍ କ୍ଲବର ୨୬ ତମ ବାର୍ଷିକ ଉତ୍ସବରେ ସ୍ବତନ୍ତ୍ର ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି।
ସୁକିନ୍ଦା ସାମ୍ବାଦିକ ସଂଘ ସଭାପତି ବିଶ୍ୱଜିତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟାଟାଷ୍ଟିଲ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ମିଶ୍ର , ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ମୁଖ୍ୟ ବକ୍ତା, କାଳିଆପାଣି ଥାନା ଆଇ.ଆଇ.ସି ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ସମାଜସେବୀ ଅମରେନ୍ଦୁ ବେହୁରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ସମ୍ମାନ ପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସୁକିନ୍ଦା ସାମ୍ବାଦିକ ସଂଘର ସମ୍ପାଦକ ନୀଳମାଧବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀଯୁକ୍ତ ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
