ମାହାଙ୍ଗା ୨୨/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା ) ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବାମଞ୍ଚ ପକ୍ଷରୁ ସହୀଦ ଭବନ ମଣିଯୋରୀ ପ୍ରାଙ୍ଗଣରେ ଧର୍ମପ୍ରାଣ ପୁରୁଷ ଧୃବାନନ୍ଦ ସ୍ବାଇଁଙ୍କ ସ୍ମୃତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ଏକାଦଶୀ ପ୍ରଧାନ,ଅକ୍ଷୟ କୁମାର ରାୟଚୌଧୁରୀ,ଅନନ୍ତ ଚରଣ ମହାରଣା, ଅଚ୍ୟୁତାନନ୍ଦ ସ୍ୱାଇଁ, ସାମ୍ବାଦିକ ବିଜୟ କୁଅଁର,ନଳିନୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ହଳଧର ଦାସ, ଅକ୍ଷୟ କୁମାର ପ୍ରଧାନ, ଭ୍ରମରବର ଦାସ,ମନୋଜ ସାହୁ, ବୈରାଗୀ ବାରିକ, ଇନ୍ଦ୍ରମଣି ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ଜୀବନର ମହନୀୟ ଦିଗ ଉପରେ ଆଲୋଚନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରାରମ୍ଭରେ ଜାନକୀ ବଲ୍ଲଭ ସ୍ୱାଇଁ ଭାଗବତ ପାଠ କରିଥିବା ବେଳେ, ସମାଜସେବୀ ନଳିନୀକାନ୍ତ ନାୟକ ଧୃବାନନ୍ଦଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।
