ଡେଲାଙ୍ଗ,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ପାହାଡ ଉପର ବିଶ୍ଵନାଥ ଦେବ ଶୈବ ପୀଠର ଉନ୍ନତିକରଣ ତଥା ଗମନାଗମନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତ୍ଵରାନ୍ଵିତ ପାଇଁ ସୋମବାର ପବିତ୍ର ବଡଦିନ ଅବସରରେ ପାହାଡ ପାଦଦେଶ ଆଙ୍କୋଇଠାରେ ଅବସ୍ଥିତ ଷଣ୍ଢ ପୀଠରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ କରକମଳରେ ସମ୍ପାଦିତ ହୋଇଯାଇଛି।ବହୁ ପ୍ରତିକ୍ଷିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମହାରଥୀଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ,ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ,ଗଡମୋଟରୀ ପଞ୍ଚାୟତ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ,ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ସୁଜନପୁର ପଞ୍ଚାୟତ ସମିତି ସଭ୍ୟା ସବିତା ରାଉତରାୟ,ଚାଇଁପୁର ପଞ୍ଚାୟତ ସରପଞ୍ଚ ଜୟନ୍ତୀ ବରାଳ,ସମିତି ସଭ୍ୟା ମଞ୍ଜୁଲତା ହାତୀ,ବରିଷ୍ଠ ନାଗରିକ ତଥା ସମାଜସେବୀ ନିରଞ୍ଜନ ମହାନ୍ତି,ନଳିନୀକାନ୍ତ ପଟ୍ଟନାୟକ,ଗୋକୁଳାନନ୍ଦ ବରିଶଲ,କୃଷ୍ଣମୋହନ ମିଶ୍ର,ଛାତ୍ର ବିଜେଡ଼ି ନେତା ସୁଦୀପ୍ତ ନାୟକ,ବିଶ୍ଵ ସୁନ୍ଦରାୟ,ବିଚିତ୍ର ପ୍ରଧାନ,ବିଜୟ ପ୍ରଧାନ,ଦୁର୍ଯ୍ୟୋଧନ ସାହୁ,ନବଘନ ପ୍ରଧାନ ଓ ଠିକାଦାର ପବିତ୍ର କିଶୋର ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ନଡ଼ିଆ ବାଡେଇ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟର ଶୁଭ ଉଦ୍ ଘାଟନ କରିଥିଲେ। ଦୀର୍ଘଦିନ ଧରି ଶ୍ରଦ୍ଧାଳୁମାନଙ୍କ ପ୍ରମୁଖ ଦାବି ଓ ସମସ୍ୟାର ସମାଧାନ ସବୁ ବର୍ଗର ବ୍ୟକ୍ତି ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ,ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ ଏବଂ ଡେଲାଙ୍ଗ ବ୍ଲକ୍ ପ୍ରଶାସନର ନିରବଚ୍ଛିନ୍ନ ଉଦ୍ୟମ ଓ ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ।ଏହି ଶୈବ ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବାରୁ ସ୍ଥାନୀୟ ବିଧାୟକ ଶ୍ରୀ ମହାରଥୀ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।ସେହିପରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହି ଶୈବ ପୀଠର ଗମନାଗମନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଡେଲାଙ୍ଗ ବ୍ଲକ୍ ପ୍ରଶାସନ ଓ ଠିକାଦାର ପବିତ୍ର କିଶୋର ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶେଷରେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପାଇଁ ବ୍ଲକ୍ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।