ଭୁବନ ୨୨/୦୪/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗକୁ ଆଜି ବୁଧବାର ସଫଳତା ମିଳିଛି । ୩୦୦ ଲିଟର ଦେଶୀ ମଦ ସହ ୨ ହଜାର ଲିଟର ପୋଚ ଜବତ କରାଯାଇଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଅଞ୍ଚଳରେ ଚୋରା ଦେଶୀମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ସକାଳେ ସଦଳ ବଳେ ଚଢ଼ାଉ କରିଥିଲେ ।

ମାଫିଆ ମାନେ ଅତ୍ୟନ୍ତ ଚତୁରତା ସହ ନଦୀ ପଠାରେ ଗାତ ଖୋଳି ଦେଶୀ ମଦ ଓ ମହୁଲ ପୋଚ ଲୁଚାଇ ରଖିଥିବା ବେଳେ ଚଢ଼ାଉ ସମୟରେ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ କରାଯାଇଥିଲା । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗରେ ଚଢ଼ାଉ କରି କେଶ୍ ନଂ ୧୪/୨୦୨୬-୨୭ ରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
