କଟକ ସଦର,୧୮/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଦୁଇ ସାଙ୍ଗମାନଙ୍କ ସହ ମହାନଦୀରେ ଗାଧୋଇବାକୁ ଯାଇଁ ଜନୈକ କଲେଜ ପଢୁଆ ଛାତ୍ର ନିଖୋଜ ହେବା ଘଟଣା ସମଗ୍ର ଅଞ୍ଚଳକୁ ଶୋକାଭିଭୁତ କରିଥିବା ଜଣାପଡିଛି।

ପ୍ରକାଶ ଯେ କିଶନନଗର ଥାନା ଅନ୍ତର୍ଗତ ମହାନଦୀ ର ଵାଙ୍କଳ ଘାଟରେ ରଘୁନାଥପୁର ଗୁଆଳିପୁର ର ତିନିଜଣ ସାଙ୍ଗ ଗାଧୋଇବା ସମୟରେ ରେଢୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ +୨ ଛାତ୍ର ଅନୁଭବ ଖଟୁଆ (୧୭) ବୁଡି ଯାଇଥିଲେ। ଖବର ପାଇ ରଘୁନାଥପୁର ଦମକଳ ବାହିନୀ ନଦୀ ଭିତରେ ଖୋଜାଖୋଜି ଅଭିଯାନ ଜାରି ରଖିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଛାତ୍ର ର ପତ୍ତା ମିଳିପାରିନାହିଁ। ଘଟଣା ସ୍ଥଳରେ ପ୍ରବଳ ଜନଗହଳି ହୋଇଥିବା ବେଳେ କିଶନନଗର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। 
