Breaking News : ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧/୦୭/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜଧାନୀ ଭୁବନେଶ୍ୱରର ବିଜେବି ନଗରରେ ଆଜି ଶନିବାର ଏକ  ଅଘଟଣ ଘଟିଛି। କାମ କରୁଥିବା ବେଳେ ଏକ ପାଇଖାନା (ସେପ୍ଟିକ୍) ଟାଙ୍କି ଭିତରେ ପଡି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ସେପ୍ଟିକ୍ ଟାଙ୍କି ନିକଟରେ କାମ କରୁଥିବା ବେଳେ ହଠାତ୍ ଟାଙ୍କିଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁଇ ଜଣ ଶ୍ରମିକ ଟାଙ୍କି ଭିତରେ ପଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରିଛି। ମୃତ ଶ୍ରମିକମାନଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।ମୃତ ଶ୍ରମିକଙ୍କ ପରିଚୟ ଜାଣିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *