ଭୁବନ, ୦୨/୦୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ କଣପାଳ ଓ ଯାଜପୁର ଜିଲ୍ଲା କନ୍ତିରା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜ।ରକିନ ରେ ମଦ ରଖିଥିବା ବେଳେ
ଅବକାରୀ କର୍ମଚାରୀ ମାନେ ମାଟି ଖୋଳି ସମୁଦାୟ ୩୮ ହଜାର ଲିଟର ମହୁଲ ପୋଚ ନଷ୍ଟ କରିଦେଇଥିଲେ ଏବଂ ୨୦୦୦ ଲିଟର ଦେଶୀ ମଦ ଜବତ କରିଥିଲେ । ଅବକାରୀ କମିଶନର ନରସିଂହ ଭୋଳ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ ବିଭାଗ ଓ ଯାଜପୁର ଜିଲ୍ଲା ସୁକିନ୍ଦା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଭୁବନ ଅବକାରୀ ଏସ ଆଇ ସୌରଭ ମିଶ୍ର,ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।
ଅବକାରୀ ବିଭାଗ ତରଫରୁ ୩୮ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୨୦୦୦ ଲିଟର ଦେଶୀ ମଦ ଜବତ
