ପଦ୍ମଶ୍ରୀ ବିଦୁଷୀ ଡଃ ଶ୍ୟାମାମଣୀ ଦେବୀଙ୍କୁ ଜୀବନ ବ୍ୟାପି ସଙ୍ଗୀତ ସାଧନା ନିମନ୍ତେ ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬ ପ୍ରଦାନ

ଭୁବନେଶ୍ୱର,୧୧/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଜୟଦେବ ଭବନ ଠାରେ ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେ ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ରୂପାୟନ ଟ୍ରଷ୍ଟ ତରଫରୁ ସୋମବାର ଦିନ ଆୟୋଜିତ ୧୩ତମ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟକ ଭାବେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ସାହିତ୍ୟିକ ତଥା ଲେଖିକା ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅମିୟ ବାଳା ପରିଡ଼ା, ଭାଗ୍ୟଲକ୍ଷ୍ମୀ ମହାପାତ୍ର, ନମ୍ରତା ରାୟ ଓ ସୁମିତ୍ରା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୀବନ ବ୍ୟାପି ସଙ୍ଗୀତ ସାଧନା ନିମନ୍ତେ ପଦ୍ମଶ୍ରୀ ବିଦୁଷୀ ଡଃ ଶ୍ୟାମାମଣୀ ଦେବୀଙ୍କୁ ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା। ଓଡ଼ିଆ ଅଭୁଲା ଗୀତ ଓ କବିତା ପାଠରୁ ଆରମ୍ଭ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ, ଦଶ ମ‌ହାବିଦ୍ୟା ଏବଂ ଫେସନ ସୋ ଦର୍ଶକଙ୍କୁ ବିମୋହିତ କରିଥିଲା। ପରେ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଓଡ଼ିଆ ନାରୀ ଅସ୍ମିତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗାୟତ୍ରୀ ମିଶ୍ର, ଗଣ ମାଧ୍ୟମ କ୍ଷେତ୍ରରେ କଳ୍ପନା କରନ, କ୍ରୀଡ଼ା କ୍ଷେତ୍ରରେ ଦ୍ବିତୀ ଚାନ୍ଦ, ସଙ୍ଗୀତ କ୍ଷେତ୍ରରେ ସଙ୍ଗୀତା ପଣ୍ଡା, ସମାଜସେବା କ୍ଷେତ୍ରରେ ମାନସୀ ଶତପଥୀ, ଚଳଚ୍ଚିତ୍ର ଅଭିନୟ କ୍ଷେତ୍ରରେ ଅଞ୍ଜନା ଦାସ, ନୃତ୍ୟ କଳା କ୍ଷେତ୍ରରେ ଲିପିଶ୍ରୀ ନାୟକ, ପ୍ରସାଧାନ ବିଜ୍ଞାନ କ୍ଷେତ୍ରରେ ପ୍ରୀତିପଦ୍ମା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହା ପରେ ସାମାଜିକ କ୍ଷେତ୍ରରେ ସାମାଜିକ କର୍ମୀ ସସ୍ମିତା ଦାସ, ଯାତ୍ରା ଜଗତ କ୍ଷେତ୍ରରେ ବରିଷ୍ଠ ଅଭିନେତ୍ରୀ ଜୟନ୍ତୀ ନାୟକ, ସୁ ଗୃହିଣୀ ଅଞ୍ଜଳୀ ଲେଙ୍କା, ବଳନା ଭଦ୍ର, ମମତା ମହାନ୍ତି, ଯୁବ କବି ଗିତାଞ୍ଜଳୀ ପାତ୍ର ପ୍ରମୁଖଙ୍କୁ ରୂପାୟନ ପରିବାର ସଭାପତି ତାପସ ସାହୁ, ଉପ ସଭାପତି ସଞ୍ଜୟ ଭଟ୍ଟଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ତଥା ସଦସ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରୂପାୟନର ପ୍ରତିଷ୍ଠାତା ଡଃ ଶ୍ରଦ୍ଧାଞ୍ଜଳୀ ରୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଲୋକ ‌ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁସୂୟା ସାହୁ ସୁଚାରୁ ରୂପେ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *