କଟକ ସଦର , ୧୫/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ତହସିଲ ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ କମିଟି ର ଅଧ୍ୟକ୍ଷ ତଥା ତହସିଲଦାର କ୍ଷୀରୋଦ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ନିଜ ଜନ୍ମସ୍ଥାନ ତଥା ପାଠ ପଢୁଥିବା ଓ ଖେଳୁଥିବା ଚିନ୍ତାମଣି ବିଦ୍ୟାପୀଠ ଖେଳ ପଡ଼ିଆ ରେ ଜାତୀୟ ପତାକା ଉତ୍ତୋଳନ କରି କିଶନନଗର କଲେଜ ସହିତ ମୋଟ ୩୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଅଭିଭାଷଣ ରଖିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ବିକାଶ ସହିତ ରାଜ୍ୟର ବିକାଶ ଓ କଟକ ସଦର ର ବିକାଶରେ ସମସ୍ତେ ସାମିଲ ହେବାକୁ ବିଧାୟକ ଇଂ ସେଠୀ ଅଭିଭାଷଣରେ ସମସ୍ତ ଙ୍କୁ ନିବେଦନ କରିଥିଲେ। ଏଥିସହିତ ଶାନ୍ତି ଓ ବାର୍ତ୍ତା ର ପ୍ରତିକ ତିନୋଟି ଧଳା ପାରା ଙ୍କୁ ବିଧାୟକ ଆକାଶ ମାର୍ଗକୁ ଉଡ଼ାଇ ଥିଲେ । ସେହିପରି ସଦର ଅଞ୍ଚଳର ସମସ୍ତ ସରକାରୀ , ବେସରକାରୀ ସହର ଵଜାରରେ ଜାତୀୟ ପତାକା ଫର ଫର ଉଡି ତ୍ରିରଙ୍ଗା ମୟ ହୋଇଛି। କିଶନନଗର ଠାରେ ଥିବା ମଣ୍ଟେଶୋରୀ ଆଗ୍ରୋଟେକ୍ ପରିସରରେ ଅଧ୍ୟାପକ ଡଃ ଅନାଦି ବରାଳ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ସରପଂଚ ସୁଜାତା ସେଠୀ, କଟକ ସଦର ଵିଚାର ମଞ୍ଚ’ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଏଥିରେ ଆଗ୍ରୋଟେକ୍ ର ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। କିଶନ ନଗର କୃଷକ ସେବା ସମବାୟ ସମିତିରେ ସଭାପତି ବିରଞ୍ଚିନାରାୟଣ ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ଅତିଥି ଭାବେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।