ଜଗତସିଂହପୁର ୧୫/୦୪/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ରାହାମା (ସାଇଲୋ) ସ୍ଥିତ ମିନି ଷ୍ଟାଡିୟମ୍ ଠାରେ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ,ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଅତିରିକ୍ତ ଜିଲ୍ଲାପାଳ ପାରାଦୀପ,ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ଅଧ୍ଯକ୍ଷ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ପାରାଦ୍ବୀପ ଓ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ, ଅଧ୍ଯକ୍ଷ, ରାହାମା ମହାବିଦ୍ୟାଳୟ, ପାରାଦୀପ ଫସଫେଟ ଲିମିଟେଡ଼ ତରଫରୁ ଶ୍ରୀ ପଲ୍ଲନିସ୍ଵାମୀ ଭେଲୁସ୍ୱାମୀ, ଶ୍ରୀ ସୁମିତ ସେନାପତି , ଶ୍ରୀ ଶୁଭେନ୍ଦୁ ବିଶ୍ୱାଳ ଉପସ୍ଥିତ ଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଅଜିତ କୁମାର ଉତ୍ତରାୟ ସଭାର ସଭାପତିତ୍ବ କରିଥିଲେ । ପ୍ରଥମେ ଅତିଥି ମାନେ ନିଯୁକ୍ତି ମେଳାରେ ଲାଗିଥିବା ଷ୍ଟଲ ବୁଲି ନିଯୁକ୍ତିଦାତା ମାନଙ୍କ ସହିତ ଆଲୋଚନା କରିଥିଲେ ।
ଏହାପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନ ମାନଙ୍କୁ ଜିଲ୍ଲା ର ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ଦେବାପାଇଁ ପରାମର୍ଶ ଦେଇଥିଲେ। ଯୁବ ପିଢ଼ି ମାନଙ୍କୁ ଦକ୍ଷ ହୋଇ ନିଯୁକ୍ତିକ୍ଷମ ହେବାପାଇଁ ଉପଦେଶ ଦେଇଥିଲେ. ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ମାଧ୍ୟମରେ ସ୍ଥାନୀୟ ଶିଳ୍ପ ମାନଙ୍କରେ ତାଲିମ ନେବାପାଇଁ ମଧ୍ୟ ଉତ୍ସାହିତ କରିଥିଲେ। ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୫୪ ଟି ସରକାରୀ ଓ ବେସରକାରୀ ସଂସ୍ଥା ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ।
ଏହି ନିଯୁକ୍ତି ମେଳାରେ ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୮୮୬ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବାଛିଥିଲେ ।୫୬ ଜଣ ନିଯୁକ୍ତି ଆଶାୟୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ. ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟାଳୟ ର ଅଶୋକ କୁମାର ମଢୁଆଳ, ସଞ୍ଜୟ ପରିଡା, ସମ୍ବିତ ନାୟକ, ଦିବ୍ୟଜ୍ୟୋତି ମହାପାତ୍ର, ସ୍ୱର୍ଣ୍ଣଶ୍ରୀ ଦାସ, ଅଶୋକ କହ୍ନର, ଅଜିତ ଦଳେଇ ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।
