କଟକ ସଦର,୩୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ସେପ୍ଟେମ୍ବର ମାସରେ ମହିଳା ସଂରକ୍ଷଣ ଵିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇସାରିଛି। ହେଲେ ଏହି ଆଇନ୍ ୨୦୨୯ ରେ କାର୍ଯ୍ୟକାରୀ ହେଵ ଵୋଲି କୁହାଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜୁ ଜନତାଦଳ (ଵିଜେଡି) ପାଦେ ଆଗକୁ ଯାଇଁ ୨୦୨୪ ସାଧାରଣ ନିର୍ବାଚନରେ ମହିଳା କାର୍ଡ ଖେଳିବ ଵୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୬୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଵିଜେଡି ପ୍ରାର୍ଥୀ କରିବ ଵୋଲି ଚିନ୍ତା କରୁଥିବା ଵେଳେ କଟକ ଜିଲ୍ଲାର ୯ ଟି ଆସନରୁ ଅତି କମରେ ୩ ଟି ଓ ଅତି ବେଶୀରେ ୪ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ଵୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ କଟକ ସଦର, ନିଆଳି, ବାଙ୍କୀ, ଚୈ। ଦ୍ୱାର-କଟକ, ଟାଙ୍ଗୀ-ସାଲେପୁର, ମାହାଙ୍ଗା, ଆଠଗଡ଼, ବଡ଼ମ୍ବା ନରସିଂହପୁର ଆସନରେ ଵିଜେଡିର ପୁରୁଷ ବିଧାୟକ ମାନେ ଏଵେ ଥିବା ବେଳେ ମାତ୍ର ଗୋଟିଏ ବାରବାଟି -କଟକ ଆସନରେ କଂଗ୍ରେସର ପୁରୁଷ ବିଧାୟକ ଅଛନ୍ତି। ଏହା ଜଣାପଡିଵା ପରେ ଜିଲାରେ ଏଵେ ଛନକା ଦେଖା ଦେଇଛି ଵୋଲି ଚର୍ଚ୍ଚା ଜୋର ଧରିଛି।
Related Posts
ବିଂଝାରପୁରରେ ସପ୍ତମଥର ପାଇଁ ପ୍ରମିଳାଙ୍କ ବିଜୟ ପରେ ଖୁସିର ମାହୋଲ
ବିଭିନ୍ନ ମହଲରୁ ପ୍ରମିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଦଶରଥପୁର, ୦୫/୬/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନର ଫଳା ଫଳ ପ୍ରକାଶ ପାଇଥିବା ବେଳେ ବିଂଝାରପୁର…
କିଶନନଗର ତହସିଲ ସମ୍ମୁଖରେ ଏସ୍ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଗଣ ବିକ୍ଷୋଭ
କଟକ ସଦର, ୧୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନଜୀବନର ଜ୍ୱଳନ୍ତ ସମସ୍ୟା ସମାଧାନ ଦାବି ନେଇ ସାରା ରାଜ୍ୟରେ ଦାବି ସପ୍ତାହ ପାଳନ ର ଅନ୍ତିମ…
ପ୍ରଧାନ ମନ୍ତ୍ରୀଙ୍କ ସେବା ପକ୍ଷରେ,ପାଟକୁରା ଭାଜପାର ରକ୍ତଦାନ ଶିବିର
ଭାଜପା କର୍ମୀ ମାନେ ୧୭୨ ୟୁନିଟ ରକ୍ତ ଦାନ କଲେ ପାଟକୁରା,୨୭/୦୯/୨୦୨୫ (ଓଡିଶା ସମାଚାର ) – ଆଜି ଶନିବାର ଗରଦପୁର ବ୍ଳକ ଅଧୀନ କୋରୁଆ ନୋଡାଲ…
