କଟକ ସଦର,୩୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ସେପ୍ଟେମ୍ବର ମାସରେ ମହିଳା ସଂରକ୍ଷଣ ଵିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇସାରିଛି। ହେଲେ ଏହି ଆଇନ୍ ୨୦୨୯ ରେ କାର୍ଯ୍ୟକାରୀ ହେଵ ଵୋଲି କୁହାଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜୁ ଜନତାଦଳ (ଵିଜେଡି) ପାଦେ ଆଗକୁ ଯାଇଁ ୨୦୨୪ ସାଧାରଣ ନିର୍ବାଚନରେ ମହିଳା କାର୍ଡ ଖେଳିବ ଵୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୬୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଵିଜେଡି ପ୍ରାର୍ଥୀ କରିବ ଵୋଲି ଚିନ୍ତା କରୁଥିବା ଵେଳେ କଟକ ଜିଲ୍ଲାର ୯ ଟି ଆସନରୁ ଅତି କମରେ ୩ ଟି ଓ ଅତି ବେଶୀରେ ୪ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ଵୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ କଟକ ସଦର, ନିଆଳି, ବାଙ୍କୀ, ଚୈ। ଦ୍ୱାର-କଟକ, ଟାଙ୍ଗୀ-ସାଲେପୁର, ମାହାଙ୍ଗା, ଆଠଗଡ଼, ବଡ଼ମ୍ବା ନରସିଂହପୁର ଆସନରେ ଵିଜେଡିର ପୁରୁଷ ବିଧାୟକ ମାନେ ଏଵେ ଥିବା ବେଳେ ମାତ୍ର ଗୋଟିଏ ବାରବାଟି -କଟକ ଆସନରେ କଂଗ୍ରେସର ପୁରୁଷ ବିଧାୟକ ଅଛନ୍ତି। ଏହା ଜଣାପଡିଵା ପରେ ଜିଲାରେ ଏଵେ ଛନକା ଦେଖା ଦେଇଛି ଵୋଲି ଚର୍ଚ୍ଚା ଜୋର ଧରିଛି।
Related Posts
ସାଲେପୁର ରୁ ବି ଜେ ଡି ପ୍ରାର୍ଥୀ ହେଲେ ପ୍ରଶାନ୍ତ ବେହେରା, ସମର୍ଥକ ଙ୍କ ମଧ୍ୟରେ ଆନନ୍ଦ
ସାଲେପୁର,୦୫/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ନିର୍ବାଚନ ମଣ୍ଡଳୀରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପୁନର୍ବାର ବି ଜେ ଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।…
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ର ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀ ର ସ୍ଥିତି
ମାହାଙ୍ଗା /ସାଲେପୁର,୩୦/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ଓ ମାହାଙ୍ଗା ବିଧାନସଭା କ୍ଷେତ୍ର ଦ୍ବୟ ର ଭୋଟ ଗ୍ରହଣ…
କନ୍ଦରପୁର ଠାରେ କଟକ ସଦର ବିଜେପି ର ଵୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
କଟକ ସଦର,୨୧/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ଵୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ରବିବାର ଅପରାହ୍ନରେ କନ୍ଦରପୁର…
