କଟକ ସଦର ଵ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

କଟକ ସଦର,୩୦/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି (ରବିବାର ଦିନ) ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଳାହାଣ୍ଡି ଜିଲ୍ଲାରେ ଶୁଭ ଉଦଘାଟନ କରିଥିବା ପରିପ୍ରେକ୍ଷୀରେ କଟକ ସଦର ଵ୍ଲକରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ଉଦଘାଟନ କରିଥିବା ଜଣାଯାଇଛି।

ଏହି ଉପଲକ୍ଷେ ଵିଡିଓ ଇଂ ପ୍ରତୀକ କୁମାର ସାହୁ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସଭାରେ ମନ୍ତ୍ରୀ ସୂର୍ୟ୍ୟବଂଶୀ ଙ୍କ ସମେତ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଜିଲ୍ଲା ପରିଷଦ ଜିଲ୍ଲା ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଗକୁ ଅନ୍ତ୍ୟୋଦୟ ଘର ସହିତ ଆବାସ ଯୋଜନାରେ ପର୍ୟ୍ୟାପ୍ତ ପରିମାଣ ର ଘର ଆସିବାକୁ ଥିବାରୁ ଏଥିରେ କୈ।ଣସି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଵେ ନାହିଁ ବୋଲି ମନ୍ତ୍ରୀ ଓ ବିଧାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ କଟକ ଜିଲ୍ଲାରେ ୧୪୫୯ ଜଣଙ୍କ ସହିତ ସଦର ଵ୍ଲକରେ ୭୩ ଜଣ ହିତାଧିକାରୀ ଅନ୍ତ୍ୟୋଦୟ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ପ୍ରଚଣ୍ଡ ରୈ।ଦ୍ରତାପ ଓ ଅସହ୍ୟ ଖରା ଯୋଗୁ ସଭାରେ ଯୋଗଦେବାକୁ ଆସିଥିବା ଲୋକମାନେ ଡହଳ ବିକଳ ହୋଇଥିବା ଅଭିଯୋଗ ହେଉଛି। ଖରାକୁ ଦୃଷ୍ଟିରେ ରଖି ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୁଭାଶିଷ ଶତପଥି ଙ୍କ ନେତୃତ୍ଵରେ ଏକ ଟିମ୍ ସଭାସ୍ଥଳରେ ଓଆରଏସ ଓ ସାଲାଇନ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ମହଜୁଦ ଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *