ହତ୍ୟା, ଆତ୍ମହତ୍ୟା ନାଁ ସ୍ୱାଭାବିକ ଅସ୍ପଷ୍ଟ
କଟକ ସଦର,୧୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ ୪୨ ମୈ।ଜା ଥାନା ଅଧିନସ୍ଥ ବ୍ରହ୍ମପୁର ପଞ୍ଚାୟତ ଅଫିସ୍ ପାଖରେ ଆଜି ବୁଧବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଶବ ଏକ ମିନି ଟ୍ରକ ତଳେ ପଡିଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରି ମୃତକଙ୍କ ପକେଟରୁ ଆଧାର କାର୍ଡ ପାଇଥିଲେ।
ଏଥିରୁ ମୃତକ ଜଣକ ମଧୁପାଟଣା ଥାନା କଲ୍ୟାଣୀ ନଗର ର ସନ୍ତୋଷ ବାରିକ (୪୬) ବୋଲି ଜଣାପଡିଛି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା, ଆତ୍ମହତ୍ୟା ନାଁ ସ୍ୱାଭାବିକ ତାହା ସ୍ପଷ୍ଟ ହେବ ବୋଲି ଜଣାଯାଇଛି।
