ଵାରଦା ହାଇସ୍କୁଲର ନୂତନ ଶ୍ରେଣୀ ଵିଲ୍ଡିଂ ଉଦଘାଟିତ 

କଟକ ସଦର ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପଞ୍ଚାୟତ ଵାରଦା ହାଇସ୍କୁଲର ନୂତନ ଶ୍ରେଣୀ ଗୃହକୁ ଆଜି ସୋମବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ଵିଡିଓ ପ୍ରତୀକ ସାହୁ,ସରପଞ୍ଚ ନିରୋଜା ନଳିନୀ ଦାସ, ସମିତି ସଭ୍ୟା ସଙ୍ଗୀତା ଵାରିକ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ହୋତାଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସମସ୍ତଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ସ୍କୁଲର ବିଭିନ୍ନ ଅଭାବ ଅସୁବିଧା ଦୁର ହୋଇପାରିବ ବୋଲି କହିଥିଲେ। ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ ଭବାନୀ ଶଙ୍କର ପଣ୍ଡା,ଵିନ୍ଦୁଭୂଷଣ ମାଝି, ବିଦ୍ୟାଧର ଦାଶ ପ୍ରମୁଖ ସହାୟତା କରିଥିଲେ। ଶେଷରେ ସ୍କୁଲର ପରିଚାଳନା କମିଟି ସଭାପତି ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଧାୟକ ପ୍ରକାଶ ସେଠୀ ଚାଞ୍ଚପଡା ଠାରେ ଏକ ନୂତନ ଅଙ୍ଗନୱାଡ଼ି କୋଠା ସହିତ ଉକ୍ତ ପଞ୍ଚାୟତରେ ତିନୋଟି ପକ୍କା ରାସ୍ତା ଉଦଘାଟନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *