କଟକ,୦୯/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିିପିସିଓଡିଏଲ୍), ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଉତ୍ସବ ଐତିହାସିକ ବାଲିଯାତ୍ରା ମେଳାରେ ସୌର ଶକ୍ତି ସଚେତନତା ଶିବିର ସ୍ଥାପନ କରିଛି । ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପ୍ରତି ଏହାର ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲଏ) ମଡେଲ୍ କୁ ଷ୍ଟଲ୍ ରେ ପ୍ରଦର୍ଶନ କରାଯାଇଛି ।
ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ କିଭଳି ସହଜରେ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିପାରିବେ ସେ ସମ୍ପର୍କରେ ସଚେତନ କରାଯାଉଛି । ସେହିଭଳି ସୌର ଶକ୍ତିର ଆର୍ଥିକ ଓ ପରିବେଶଗତ ଲାଭ ବିଷୟରେ ପରିଦର୍ଶକମାନଙ୍କୁ ଅବଗତ କରାଯିବା ସହିତ ଅନଲାଇନ୍ ରେଜିଷ୍ଟ୍ରେସନ୍ ଓ ସ୍ଥାପନ ପ୍ରକ୍ରିୟାକୁ ସହଜ ଭାବରେ ବୁଝାଇ ଦିଆଯାଉଛି ।
ଏହି ପଦକ୍ଷେପ ବିଷୟରେ ମତାମତ ଦେଇ ଟିପିସିଓଡିଏଲ୍ ର ସିଇଓ ଅରଭିନ୍ଦ ସିଂହ କହିଛନ୍ତି ଯେ ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ସ୍ୱଚ୍ଛ ଏବଂ ସୁଲଭ ଶକ୍ତିର ପ୍ରସାର କରିବାକୁ ବାଲିଯାତ୍ରା ଏକ ବଡ଼ ପ୍ଲାଟଫର୍ମ । ଏହି ପଦକ୍ଷେପ ମାଧ୍ୟମରେ ଆମେ ପିଏମ୍ ସୂର୍ଯ୍ୟ ଘର – ୟୁଏଲଏ ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ଗ୍ରହଣ କରିବା ପାଇଁ ଉପଭୋକ୍ତାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଦ୍ୱାରା ସେମାନେ ଏକ ସବୁଜ ଏବଂ ଶକ୍ତି-ସୁରକ୍ଷିତ ଓଡ଼ିଶା ଗଠନରେ ସହଭାଗୀ ହୋଇପାରିବେ ।
