ସଫଳତା ସର୍ବଦା ସମୂହ ବିକାଶରେ ହିଁ ସମ୍ଭବ ହୋଇଥାଏ ।
ନୟାଗଡ଼ ୨୮/୦୪/୨୦୨୫ (ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ସମବାୟ ବର୍ଷ ଆଜି ଡି ଅର୍ ଡି ଏ ସମ୍ମଳନୀ କକ୍ଷ ସୃଜନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଲଗ୍ନାଜିତ୍ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ କବି ଚନ୍ଦ୍ର ବିଜୟୀ ମିଶ୍ର, ଉପ ନିବନ୍ଧକ ଅନନ୍ତ କୁମାର ନାୟକ, ସହକାରୀ ଉପ ନିବନ୍ଧକ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ, କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ, ରାଜ୍ୟ ସମବାୟ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରଣିଧନ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।
ଜିଲ୍ଲା ସମସ୍ତ ସମବାୟ ସମିତିର ସଭାପତି, ସମ୍ପାଦକ ମାନେ ମଧ୍ୟ ଉପସ୍ଥିତ ଥିଲେ। ଉତ୍କଳ ଗୌରବ ମଧୁସୂଦନ ଯାହାର ମାନସପଟ୍ଟରୁ ପ୍ରଥମେ ସମବାୟ ଜନ୍ମ ନେଇ ଥିଲା, ତାଙ୍କର ଆଜି ୧୭୮ ତମ ଜନ୍ମ ଜୟନ୍ତୀକୁ ପ୍ରତି ବର୍ଷ ସମବାୟ ବର୍ଷ ଭାବେ ପାଳନ କରା ଯାଉଛି। ଆଜି ଏଠାରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ସମବାୟ ସର୍ବଦା ସମୂହ ଆନ୍ଦୋଳନ ବା ସମବାୟ ଉନ୍ନତିରେ ହିଁ ସମ୍ଭବ ହୋଇଥାଏ। ମୁଖ୍ୟ ବକ୍ତା ସମବାୟ ର ଜନ୍ମଦାତା ମଧୁବାବୁଙ୍କ ର ଜୀବନୀ ,ଓଡ଼ିଶା ପ୍ରତି ତ୍ୟାଗ ଏବଂ ବିଶେଷ ଭାବେ ସମବାୟ ନିର୍ମାଣରେ ହୁମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନଙ୍କ ସମେତ ବିଶିଷ୍ଟ ସମବାୟ ବିତ୍ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।