ରଟିଲୋ  ଛକରେ ଆତଙ୍କ ଖେଳାଇ ଥିବା ତିନି ଦୂର୍ଵୃତ୍ତ ଗିରଫ, କୋର୍ଟ ଚାଲାଣ,ମାରାଣସ୍ତ୍ର ସହ ମଟରସାଇକେଲ ଜବତ

କଟକ ସଦର ,୧୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଅନ୍ତର୍ଗତ ରଟିଲୋ ହନୁମାନ ଛକରେ ଗତକାଲି ଶୁକ୍ରବାର ସଂଧ୍ୟାରେ ବାଲିଘାଟ ରୁ ଦାଦା ବଟି ଆଦାୟ ପାଇଁ ଚାରିଜଣ ଦୂର୍ଵୃତ୍ତ ଦୁଇଟି ମଟରସାଇକେଲରେ ଆସି ଖଣ୍ଡା ବୁଲାଇବା ସହିତ ଵନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଆତଙ୍କ ସୃଷ୍ଟି କରିଥିଲେ। ଖବର ପାଇ ପୋଲିସ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ କୈ।ଶଳ କ୍ରମେ ଖସିଯିବାକୁ ସମର୍ଥ ହୋଇଥିଲା।

ପୋଲିସ ଦ୍ବାରା ଅଟକ ଥିବା ତିନି ଦୂର୍ଵୃତ୍ତ ମାନଙ୍କ ମଧ୍ୟରେ କନ୍ଦରପୁର ଥାନା ରାଜହଂସ ଗ୍ରାମର ଶ୍ରବଣ ଭୋଇ(୨୫), ମନୋଜ ସାମଲ(୩୫)ଓ ମଧୁପାଟଣା ଥାନା କାଜିଡିହ ର ଚନ୍ଦନ ଦାସ(୨୫)ଙ୍କୁ ଆଜି ଶନିବାର ଦିନ ମାମଲା ନଂ୧୧୪/୨୦୨୬,ଦଫା ୧୨୬(୨)/୧୦୯/୩୦୮(୫)/୧୧୫(୨)/୧୧୭(୨)/୨୯୬/୩୫୧(୩)(୫) ଵିଏନଏସ ଆର୍/ଡଵ୍ଲ୍ୟୁ ୨୫/୨୭ ଆର୍ମସ୍ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଏଥିସହିତ ଦୂର୍ଵୃତ୍ତ ମାନେ ବ୍ୟବହାର କରିଥିବା ଗୋଟିଏ ୭ ଏମ୍ ଏମ୍ ପିସ୍ତଲ, ତିନୋଟି ଜୀବନ୍ତ ଗୁଳି,୪ ଟି ହଂସୁଆ ଖଣ୍ଡା,ଓଡି ୦୫ ସିଵି ୨୧୦୭ ବୁଲେଟ ମଟରସାଇକେଲ,ଓଡି ୩୩ ଏ ଏସ୍ ୬୧୦୦ ବାଜାଜ ମଟରସାଇକେଲ କୁ ପୋଲିସ ଜବତ କରିଛି। ଖସିଯାଇ ଥିବା ଦୂର୍ଵୃତ୍ତ କୁ ଧରିଵା ପାଇଁ କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ନେତୃତ୍ଵରେ ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନ ଉପରେ ଚଢ଼ାଉ ଅଭିଯାନକୁ ଜୋରଦାର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *