ମାହାଙ୍ଗା ୨୫/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ଆଧ୍ୟାତ୍ମିକ ଚେତନାର ଉତ୍ତରଣ କ୍ଷେତ୍ରରେ ଏବଂ ଓଡ଼ିଆ ଅସ୍ମିତାର ପୂଜାରୀ ଭାବେ ଜୀବନ ବ୍ୟାପୀ ସାଧନା ଜାରି ରଖିଥିଲେ ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ । ସେ ଏକାଧାରରେ ଜଣେ ବିଶିଷ୍ଟ ସାହିତ୍ୟିକ,ଅଧ୍ୟାପକ,ପ୍ରବାଚକ ଏବଂ ସନାତନ ସଂସ୍କୃତିର ପ୍ରଚାର-ପ୍ରସାର କ୍ଷେତ୍ରରେ ଦୀର୍ଘ ଚାରି ଦଶନ୍ଧି ଧରି ନିଜକୁ ସମର୍ପିତ କରିଆସିଥିବା ଏହି ଯଶସ୍ବୀ ପୁରୁଷଙ୍କ ଦ୍ଵାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ ଥିଲେ ଜଣେ କାଳଜୟୀ ପୁରୁଷ ବୋଲି ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ । ଅରିଲୋ ଶାସନ ଠାରେ ଆୟୋଜିତ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ସଭାକୁ ଗଣକବି ବୈଷ୍ଣବ ପାଣି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ସଂଚାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ରତ୍ନାକର ମହାନ୍ତି, ଶିକ୍ଷାବିତ ବ୍ରହ୍ମାନନ୍ଦ ରାଉତ, ପ୍ରାକ୍ତନ ପ୍ରଧାନଶିକ୍ଷକ ନିଗମାନନ୍ଦ କର, ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ଭାବଗ୍ରାହୀ ରାଉତ, ପ୍ରାଧ୍ୟାପକ ଅଜୟ ଚନ୍ଦ୍ର ସାହୁ, କବି ଡକ୍ଟର ନାରାୟଣ ମୁଦୁଲି, ଶିକ୍ଷାବିତ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ,ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,ଆଧ୍ୟାତ୍ମିକ ପ୍ରବକ୍ତା
କାମିନୀକାନ୍ତ ମହାନ୍ତି, ମଞ୍ଚ ଅଭିନେତା ସୁବାସ ଚନ୍ଦ୍ର ବେହେରା,ଶିକ୍ଷକ ଧନେଶ୍ୱର ପ୍ରଧାନ,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ସାମାଜିକକର୍ମୀ ପ୍ରଶାନ୍ତ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ବାରିକ, ଜଳଧର ପରିଡା, ରବୀନ୍ଦ୍ର ରାଉତ,ରାଜୀବ ଷଢଙ୍ଗୀ,ଈଶ୍ୱର ଆଚାର୍ଯ୍ୟ, କିଶୋର ଆଚାର୍ଯ୍ୟ,ଶିକ୍ଷକ ହୃଷିକେଶ ବେହେରା, ରଞ୍ଜୁଲତା ରାଉତ ପ୍ରମୁଖ ପଣ୍ଡିତ ଦିବ୍ୟ ସୁନ୍ଦରଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିବା ସହିତ,ଏହି ଅମୃତମୟ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ ବିହାରୀ,କବି ଅର୍ଜ୍ଜୁନି ବିହାରୀ, ହେମନ୍ତ ରାଉତ, ରମେଶ କର, କଳିଙ୍ଗ ମହାନ୍ତି,ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଶୁକଦେବ ସ୍ୱାଇଁ, ଗୋକୁଳ ଚନ୍ଦ୍ର ଆଚାର୍ଯ୍ୟ, ବଂଶୀଧର ଆଚାର୍ଯ୍ୟ, ଜନ୍ମେଞ୍ଜୟ ଆଚାର୍ଯ୍ୟ, ବ୍ରଜବନ୍ଧୁ ପଲେଇ, ମାଗୁଣି ଚରଣ ସାମଲ,ସୁଶାନ୍ତ ନନ୍ଦ, ଶିଶିର ଆଚାର୍ଯ୍ୟ, ପ୍ରମୁଖ ସ୍ବର୍ଗତ ଆଚାର୍ଯ୍ୟଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
